୯ରୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ
ବର୍ଷା ଋତୁ ଆରମ୍ଭରେ ଦେଶର କୋଣ ଅନୁକୋଣରୁ ପକ୍ଷୀମାନେ ବଂଶ ବିସ୍ତାର ପାଇଁ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିଥାନ୍ତି । ଏବର୍ଷ ବି ଜାତୀୟ ଉଦ୍ୟାନର ମଠଆଡିଆ, ଦୁର୍ଗାପ୍ରସାଦଡିଆ, ଲକ୍ଷ୍ମୀପ୍ରସାଦଡିଆରେ ଦେଶୀୟ ପକ୍ଷୀ ବସା ବାନ୍ଧି ଅଣ୍ଡା ଦେଲେଣି । କୋପରଖାଇ, ଅଞ୍ଜନା, ରାଣୀବଗ, ପାଣିକୁଆ, ଖଇରା, ଗେଣ୍ଡାଳିଆ, ଦାବେଣ୍ଟିଆ, ଛୋଟବଗ ପ୍ରଭୃତି ୧୦ ପ୍ରଜାତିର ପକ୍ଷୀ ବସା ବାନ୍ଧି ଅଣ୍ଡା ଦେଇଥିବା ଦେଖାଦେଇଛଇ ।
ତେଣୁ ଚଳିତ ମାସ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା କରାଯିବ । ପକ୍ଷୀ ଗଣନା ପାଇଁ ବନବିଭାଗ ପକ୍ଷରୁ ୩ଟି ଦଳ ଗଠନ କରାଯାଇଛି । ପ୍ରତି ଦଳରେ ୫ ଜଣ ଲେଖାଏଁ ରହିବେ ।
ମଠଆଡିଆର ଗୁଆଁ, ବନି, ସୁନ୍ଦରୀ, ସିଙ୍ଗଡ଼ା, ବଣିଆ ପ୍ରଭୃତି ଅଞ୍ଚଳରେ ପକ୍ଷୀଙ୍କ ପାଇଁ ଉପଯୋଗୀ ମାଛ, କଙ୍କଡ଼ା ଓ ପୋକଜୋକ ପ୍ରଚୁର ପରିମାଣରେ ଉପଲବ୍ଧ ହେଉଥିବାରୁ ଅନ୍ୟ ଅଞ୍ଚଳ ଅପେକ୍ଷା ପକ୍ଷୀମାନେ ଦେଶର କୋଣ ଅନୁକୋଣରୁ ଆସି ଭିତରକନିକାରେ ଭିଡ଼ ଜମାଇଥାନ୍ତି । ବର୍ଷାଋତୁ ଆଗମନରେ ହଜାର ହଜାର ସଂଖ୍ୟାରେ ପକ୍ଷୀ ଭିତରକନିକାରେ ବସା ବାନ୍ଧିବା ପ୍ରକୃତିପ୍ରେମୀଙ୍କୁ ଆଶ୍ୱସ୍ତ କରିଛି ।
Powered by Froala Editor