ବଣ୍ଡା ଘାଟିର ଆଲୋକବର୍ତ୍ତିକା ମଙ୍ଗଳା, ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡା ବଣ୍ଡା ଘାଟିର ଡାକ୍ତର ଛାତ୍ର ମଙ୍ଗଳା ମୁଦୁଲିଙ୍କୁ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ସମ୍ବର୍ଦ୍ଧନା କରିଛନ୍ତି । ନିଟପରୀକ୍ଷାରେ ସଫଳତା ପାଇବା ସହ ବ୍ରହ୍ମପୁର ମେଡ଼ିକାଲ କଲେଜରେ ଏମବିଏସ ମେଡ଼ିକାଲ ପାଠ ପଢିବାର ସୁଯୋଗ ପାଇଛନ୍ତି ମଙ୍ଗଳା ମୁଦୁଲି।
ଶ୍ରୀ ମୁଦୁଲି ତାଙ୍କର କଠିନ ପରିଶ୍ରମ ବଳରେ ଏକ ଅନ୍ଧାରୀ ମୂଳକରୁ ଯାଇ ଡାକ୍ତରୀ ପାଠ ପଢ଼ିବେ ଏହା ଏହି ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ। ତାଙ୍କ ପ୍ରତିଭାକୁ ଚିହ୍ନି ବିଦ୍ୟାଳୟର ଶିକ୍ଷକ ଶ୍ରୀ ଦାସ ମଙ୍ଗଳାଙ୍କୁ ବାଲେଶ୍ଵର ନେଇ ସେଠାରେ ତାଙ୍କୁ ନିଜ ଘରେ ରଖି ପାଠ ପଢ଼ିବାକୁ ଉତ୍ସାହିତ କରିବା ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ। ତାଙ୍କର ଏହି ମହତ ଉଦ୍ଦେଶ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ। ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ସମସ୍ତଙ୍କ ସହଯୋଗ କାମନା କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସହଯୋଗର ହାତ ବଢେ଼ଇବା ପ୍ରତିଶ୍ରୁତି ଦେଇଥିଲେ।
ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ଆଜି ବଣ୍ଡା ଯୁବକ ମଙ୍ଗଳା ମୁଦୁଲି ଓ ତାଙ୍କୁ ପାଠ ପାଢାଇବା ସହିତ ମେଡିକାଲ କୋଚିଂ ନେବାରେ ସହାୟତା ଯୋଗାଇଥିବା ଶିକ୍ଷକ ଉତ୍କଳ କେଶରୀ ଦାଶଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ଜିଲ୍ଲାପାଳ ଫୁଲ ତୋଡା ଦେଇ ସମ୍ବର୍ଦ୍ଧତ କରିଥିଲେ।
Powered by Froala Editor