ଏସସି/ଏସଟି ଛାତ୍ରଛାତ୍ରୀଙ୍କୁ ମିଳିବ ୫ ହଜାର ଟଙ୍କା
ଭୁବନେଶ୍ୱର: ଚଳିତ ବର୍ଷରୁ ଲାଗୁ ହେବ ସହିଦ ମାଧୋ ସିଂ ହାତ ଖର୍ଚ୍ଚ । ତଦନୁଯାୟୀ ଏସସି/ଏସଟି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ମିଳିବ । ଏନେଇ ପୂର୍ବରୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିବାବେଳେ ଆଜି ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଏ ବାବଦରେ ଚଳିତ ବର୍ଷ ମୋଟ୍ ୧୫୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ଦ୍ୱାରା ୩ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ମିଳିବ ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆର୍ଥିକ ସମସ୍ୟା ଯୋଗୁଁ ଅନୁସୁଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀମାନେ ପାଠ ପଢା ବନ୍ଦ କରୁଛନ୍ତି। ଯାହାକି ରାଜ୍ୟ ପାଇଁ ବଡ ଚିନ୍ତାର ବିଷୟ ବୋଲି ବିଜେପି ବାରମ୍ବାର କହିଆସିଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ନିର୍ବାଚନ ଇସ୍ତାହାରରେ ଗୁରୁତ୍ୱ ଦିଆଯାଇଥିଲା। ଏବେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହି ସମସ୍ୟାକୁ ଦୂର କରିବାକୁ ‘ସହିଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା ଆରମ୍ଭ କରିବ।
Powered by Froala Editor