ରାଜଧାନୀରେ କଣ୍ଟେନମେଣ୍ଟ କଟକଣା ଲାଗୁ
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ରାଜଧାନୀର ଦୁଇଟି ଅଞ୍ଚଳରେ ଆଜି କଣ୍ଟେନମେଣ୍ଟ କଟକଣା ଲାଗୁ କରିଛି । ୱାର୍ଡ ନମ୍ବର ୩୬ ଅନ୍ତର୍ଗତ ୟୁନିଟ୍-୫ର ଏସ୍ଆଇବି କଲୋନି ଏବଂ ୱାର୍ଡ ନମ୍ବର ୪ ଅନ୍ତର୍ଗତ ରୁଦ୍ରପୁର ବେହେରା ସାହିରେ ବହୁ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଣୁ ଏହି ଅଞ୍ଚଳକୁ ବିଏମ୍ସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ୟୁନିଟ୍-୫ର ଏସ୍ଆଇବି କଲୋନି ଆପାର୍ଟମେଣ୍ଟର ୨୫ଟି କ୍ୱାର୍ଟର୍ସକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଏଥିମଧ୍ୟରେ ଟାଇପ୍-୪ର ୬ଟି କ୍ୱାର୍ଟର୍ସ, ଟାଇପ୍-୩ର ୪ଟି କ୍ୱାର୍ଟର୍ସ, ୪ଟି ଟାଇପ୍ ବିଏ କ୍ୱାର୍ଟର୍ସ, ଟାଇପ ବି୨ର ୫ଟି କ୍ୱାର୍ଟର୍ସ, ଟାଇପ-ସିର ୬ଟି କ୍ୱାର୍ଟର୍ସକୁ କଣ୍ଟେନେଣ୍ଟ ଘୋଷଣା କରାଯାଇଛି । ଏସବୁ କ୍ୱାର୍ଟର୍ସରୁ କେହି ପଦାକୁ ଯିବେନି କିମ୍ବା କୌଣସି ବାହାର ଲୋକ ସେଇ କ୍ୱାର୍ଟର୍ସକୁ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ବିଏମ୍ସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଆଦି ଯୋଗାଇ ଦିଆଯିବ । ସେହିପରି ରୁଦ୍ରପୁର ବେହେରା ସାହିର କେତେକ ଅଞ୍ଚଳରେ କଣ୍ଟେନମେଣ୍ଟ ଲାଗୁ ହୋଇଛି । ଏନେଇ ବିଏମ୍ସି ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଷ୍ଟିକର ଲଗାଯିବା ସହ ଲୋକଙ୍କ ଉଦ୍ଦେଶ୍ୟରେ ସୂଚନା ଜାରି କରାଯାଇଛି ।
Powered by Froala Editor