ଗିରଫ ହେଲେ ରସିକିଆ ଅଧ୍ୟାପକ
ବାଲେଶ୍ବର: ପଦାରେ ପଡ଼ିଲା ଅଧ୍ୟାପକଙ୍କ କଳା କାରନାମା। ଟ୍ୟୁସନ ନାଁରେ ଅଧ୍ୟାପକ କରୁଥିଲେ ପାପ କାମ। ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ସାମ୍ନାକୁ ଆସିବା ପରେ ଗିରଫ ହୋଇଛନ୍ତି ରସିକିଆ ଅଧ୍ୟାପକ। ବାଲେଶ୍ବର ଆର୍ଟ ଆଣ୍ଡ କ୍ରାପ୍ଟ କଲେଜର ଅଧ୍ୟାପକ ଶଶଙ୍କ ଶେଖର ଦାସଙ୍କ ଘରକୁ ଜଣେ ଯୁକ୍ତ ୨ର ଦ୍ବିତୀୟ ବର୍ଷର ଛାତ୍ରୀ ଟ୍ୟୁସନ୍ ଆସୁଥିଲେ। ହେଲେ ଅଧ୍ୟାପକ ଜଣକ ପ୍ରାକ୍ଟିକାଲ ମାର୍କ ବଢ଼ାଇବା ଓ ପରୀକ୍ଷାରେ ସାହାଯ୍ୟ କରିବା ବାହାନରେ ନାବାଳିକାଙ୍କ ସହିତ କରିଥିଲେ ପାପ କାମ। ଏହି ଘଟଣା ଏପ୍ରିଲ ମାସରେ ହୋଇଥିବା ସୂଚନା ରହିଛି। କଲେଜ୍ କର୍ତ୍ତୃପକ୍ଷଙ୍କ କାନକୁ କଥା ଯିବା ପରେ ଅଧ୍ୟାପକକୁ କଲେଜରୁ ବାହାର କରି ଦିଆଯାଇଥିଲା । ହେଲେ ଭିଡିଓ ଭାଇରାଲ ହେବା ପରେ ହିଁ ମାମଲା ଥାନାକୁ ଆସିଲା । ଛାତ୍ରୀଙ୍କ ବୟସ ଅଠର ବର୍ଷ ହୋଇ ନଥିବାରୁ ପସ୍କୋ ଆକ୍ଟରେ ମାମଲା ହୋଇଛି । ତେବେ ସେହି କଲେଜର ଅନ୍ୟ ଛାତ୍ରୀମାନେ ମଧ୍ୟ ସମାନ ଅଭିଯୋଗ କରୁଛି । ପ୍ରାକ୍ଟିକାଲ ମାର୍କ ଓ ପରୀକ୍ଷାରେ ସାହାଯ୍ୟ କରିବା ବାହାନା କରି ଏମିତି ଫାଇଦା ଉଠାଉଥିଲେ ଅଧ୍ୟାପକ ।
Powered by Froala Editor