ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ନେଇ ଏହା କହିଲେ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର: ୨୦୨୦ବିଶ୍ୱବିଦ୍ୟାଳୟ ଆଇନ ପୁଣି ସଂଶୋଧନ ହେବ । ଶୁକ୍ରବାର ବିଧାସଭାରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଗୃହରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ପୁରୁଣା ଢ଼ାଞ୍ଚାକୁ ଫେରିବୁ । ସିନେଟ ବ୍ୟବସ୍ଥା ରହିବ । ବିଶ୍ୱବିଦ୍ୟାଳୟ ସ୍ୱତନ୍ତ୍ରତା ବଜାୟ ରହିବ । ନିଯୁକ୍ତି କ୍ଷମତା ବିଶ୍ୱବିଦ୍ୟଳୟଗୁଡ଼ିକୁ ଦିଆଯିବ । ଏନେଇ ବିଚାର ବିମର୍ଷ ଚାଲିଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ।
୨୦୨୦ରେ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଜରିଆରେ ଏହା ଭଙ୍ଗା ଯାଇଥିଲା । ସିନେଟ୍ରେ ୧୦୦ ଜଣ ସଦସ୍ୟ ରହୁଥିଲେ । ସେମାନେ ବିଶ୍ୱବିଦ୍ୟାଳୟକୁ ପରାମର୍ଶ ଦେଉଥିଲେ । ଯାହା ସିଣ୍ଡିକେଟ୍ କାର୍ୟ୍ୟକାରୀ କରୁଥିଲା । ୧୦୦ ଜଣ ସଦସ୍ୟଙ୍କ ମଧ୍ୟରୁ ୩୬ ପଦପଦବୀ ବା ଏକ୍ସ ଅଫିସିଓ, କୃଷି-ଦକ୍ଷତା ବିକାଶ-ଉଚ୍ଚଶିକ୍ଷା ବିଭାଗର ତିନି ନିର୍ଦ୍ଦେଶକ, ଆଡ଼ଭୋକେଟ ଜେନେରାଲ ବା ତାଙ୍କ ପ୍ରତିନିଧି, ୬୦ ଅବସରପ୍ରାପ୍ତ ଶିକ୍ଷାବିତ, ୩ ବିଧାୟକ, ୪ ଛାତ୍ର ନେତା, ସମ୍ପୃକ୍ତ ବିଶ୍ଵବିଦ୍ୟାଳୟର ୧୩ ଗ୍ରାଜୁଏଟ ସିନେଟର ସଦସ୍ୟ ରହୁଥିଲେ ।
Powered by Froala Editor