ସାଲିଆସାହିରେ ପୁଣି ରେଡ୍, ବିପୁଳ ପରିମାଣର ମଦ ଜବତ
ଭୁବନେଶ୍ୱର : ଭୁବନେଶ୍ୱର ସାଲିଆସାହିରେ ପୁଣି ରେଡ୍ । ସାଲିଆସାହି ନୀଳଚକ୍ର ନଗରମୁଣ୍ଡା ସାହି ହାଟରେ ଭୁବନେଶ୍ୱର ଅବକାରୀ ଟିମ୍ ପକ୍ଷରୁ ପୁଣି ଥରେ ଚଢାଉ କରାଯାଇଛି । ଏହି ଚଢାଉରେ ବିପୁଳ ପରିମାଣର ମଦ ଜବତ ହୋଇଛି ।
ଖବର ଅନୁଯାୟୀ, ଗୁରୁବାର ଦିନ ସକାଳୁ ସକାଳୁ ଅବକାରୀ ବିଭାଗର ଏଟ ଟିମ୍ ସାଲିଆସାହି ନୀଳଚକ୍ର ମୁଣ୍ଡା ସାହିରେ ଚଢାଉ କରିଥିଲେ । ଏହି ଚଢାଉରେ ବିପୁଳ ପରିମାଣର ଦେଶୀ ଚାଉଳି ମଦ ଜବତ ହୋଇଛି । ଏପିରିକି ଦେଶୀ ମଦର ଆଡ୍ଡାସ୍ଥଳୀକୁ ଜେସିବି ଲଗାଇ ଭାଙ୍ଗୁଛି ଅବକାରୀ ବିଭାଗ । ବର୍ତ୍ତମାନ ଯାଏଁ ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରିସାରିଛି ଅବକାରୀ ବିଭାଗ ।
Powered by Froala Editor