ଏଣିକି ବିଧାନସଭାକୁ ନେଇ ହେବ ନାହିଁ ମୋବାଇଲ
ଭୁବନେଶ୍ୱର: ବିଧାନସଭାକୁ ନେଇ ବୁଧବାର ଏକ ବଡ଼ ଖବର ସାମନାକୁ ଆସିଛି । ଏଣିକି ବିଧାନସଭାକୁ ମୋବାଇଲ ନେଇ ହେବ ନାହିଁ । ପାଣି ବୋତଲ ଉପରେ ବି ଲାଗିଛି କଟକଣା । ବିଧାନସଭା ଭିତରକୁ ମୋବାଇଲ ଓ ପାଣି ବୋତଲ ନେବାକୁ ମନା କରାଯାଇଛି । ବାଚସ୍ପତି ସୁରମା ପାଢ଼ୀ ଏନେଇ କଟକଣା ଜାରି ରଖିଛନ୍ତି । କିଛି ବିଧାୟକ ମୋବାଇଲରେ ଫଟୋ ଉଠାଉଥିବା ଓ ମୋବାଇଲରେ କଥା ହେଉଥିବା ଦେଖିବାକୁ ମିଳିଛି । ଏନେଇ ବାଚସ୍ପତି ବିଧାନସଭାକୁ ମୋବାଇଲ ନେବା ଉପରେ କଟକଣା ଜାରି କରିଛନ୍ତି । ପ୍ରକାଶ ଯେ ଚଳିତ ନିର୍ବାଚନରେ ବହୁ ନବନିର୍ବାଚିତ ବିଧାୟକ ଓ ବିଧାୟିକା ନିର୍ବାଚିତ ହୋଇ ବିଧାନସଭାକୁ ଆସିଛନ୍ତି । ତେବେ କିଛି ବିଧାୟକ ଓ ବିଧାୟିକା ମୋବାଇଲରେ ବିଧାନସଭା ଭିତରେ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି । ଏପରିକି ବିଧାନସଭା ଭିତରେ ମୋବାଇଲରେ କଥା ମଧ୍ୟ ହେଉଛନ୍ତି । ଯାହାକୁ ନେଇ ବାଚସ୍ପତି ବିଧାନସଭା ଭିତରକୁ ମୋବାଇଲ ନଆଣିବା ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ସହ ବିଧାନସଭା ବାହାରେ ପାଣିରେ ପର୍ୟ୍ୟାପ୍ତ ବ୍ୟବସ୍ଥା ରହିଛି । କିନ୍ତୁ ବିଧାୟକ ମାନେ ପାଣି ବୋତଲ ନେଇ ଗୃହକୁ ଆସୁଛନ୍ତି । ଏଥିରୁ କ୍ଷାନ୍ତ ରହିବା ସହ ଗୃହ ଭିତରକୁ ପାଣି ବୋତଲ ନନେଇ ଆସିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor