ଶ୍ରୀକୃଷ୍ଣ ଜନ୍ମ ନୀତି ପାଇଁ ୪ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ
ପୁରୀ : ଶ୍ରୀମନ୍ଦିରରେ ସୋମବାର ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଜନ୍ମ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଚାରି ଘଣ୍ଟା ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ଆଳତୀ ଭୋଗ ପରେ ସନ୍ଧ୍ୟା ୭ଟାରୁ ରାତି ୧୧ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
Powered by Froala Editor