୧୦ ମାସ ହେଲା ଦେହରୁ ଯାଉନି କରୋନା

ଲଣ୍ଡନ: ବି୍ରଟେନର ଜଣେ ୭୨ ବର୍ଷୀୟ ବୃଦ୍ଧ ଲଗାତର ୧୦ ମାସ ଧରି କରୋନାରେ ପୀଡ଼ିତ ହୋଇଛନ୍ତି । ଏହା ଏକ ରେକର୍ଡ । ବି୍ରଷ୍ଟଲର ଡାଭେ ସ୍ମିଥ ୪୩ ଥର କରୋନା ସଂକ୍ରମିତ ହୋଇଛନ୍ତି । ୭ ଥର ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଛନ୍ତି । ତେବେ ଡାଭେ କରୋନା ସଂକ୍ରମିତ ହେବାର ଦୀର୍ଘ ୩୦୫ ଦିନ ପରେ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ସ୍ମିଥଙ୍କ ମାମଲାକୁ ଭୂତାଣୁ ବିଜ୍ଞାନୀ ଆଣ୍ଡ୍ରୁ୍ୟ ଡାଭିଡସନ ବି୍ରଷ୍ଟନ ବିଶ୍ୱବିଦ୍ୟାଳୟରେ ଗଭୀର ଭାବେ ଅଧ୍ୟନ କରୁଛନ୍ତି । ସ୍ମିଥଙ୍କ ଫୁସଫୁସରେ ସମସ୍ୟା ରହିଛି ଏବଂ ଗତବର୍ଷ ମାର୍ଚ୍ଚରେ କରୋନା ସଂକ୍ରମିତ ହେବାର କିଛି ଦିନ ପୂର୍ବରୁ ସେ ଲୁ୍ୟକେମିଆରୁ ସୁସ୍ଥ ହୋଇଥିଲେ ।
Powered by Froala Editor