ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ : ୪୪୧ ଜଣ ପାସ୍
ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥର ମୋଟ ୭୯୬ ଜଣ ପିଲା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୪୧ ଜଣ ପାସ୍ କରିଛନ୍ତି। ଅର୍ଥାତ୍ ପାସ୍ ହାର ୫୫.୪% ରହିଛି। ଏଥିସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ କଟକ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟକୁ ଯାଇ ନିଜ ନିଜର ରେଜଲ୍ଟ ଚେକ୍ କରିପାରିବେ ।
ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ଏସଓଏସସି) ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ପାସ୍ ହାର ୫୫.୮୭ ପ୍ରତିଶତ ରହିଛି । ୫ଟି ବିଷୟରେ ୧୬ ହଜାର ୯୦୮ ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ହଜାର ୪୩୫ ଜଣ ପାସ୍ କରିଛନ୍ତି ।
ତେବେ ପରୀକ୍ଷା ଫଳକୁ ନେଇ ଯେଉଁମାନେ ସନ୍ତୁଷ୍ଟ ନଥିବେ ସେମାନେ ଚେକିଂ ପାଇଁ ଅଫଲାଇନରେ ଆବେଦନ କରିପାରିବେ । ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ୱେବସାଇଟରେ ଆବେଦନ ଫର୍ମ ଉପଲବ୍ଧ ରହିଛି ।
Powered by Froala Editor