୧୦ ବର୍ଷରେ ଚାକିରି ପାଇଛନ୍ତି ୮୪୦୧:ସମ୍ପଦ ସ୍ୱାଇଁ
ଭୁବନେଶ୍ୱର: ରାଜ୍ୟରେ ଗତ ୧୦ ବର୍ଷ ଭିତରେ ମୋଟ ୮୪୦୧ ଜଣ ନିଯୁକ୍ତି ପାଇଛନ୍ତି । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଶୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ସ୍ୱାଇଁ । ତାଙ୍କ ସୂଚନା ଅନୁଯାୟୀ ଜାତୀୟସ୍ତର ଠାରୁ ଓଡ଼ିଶାରେ ବେକାରୀ ହାର ଅଧିକ । ଜାତୀୟସ୍ତରରେ ବେକାରୀ ହାର ୩.୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ବେକାରୀ ହାର ୩.୯ ପ୍ରତିଶତ ରହିଛି । ତାଲିକାରେ ଓଡ଼ିଶା ଦେଶର ୨୧ ନଂ ସ୍ଥାନରେ ରହିଛି । ସହରାଞ୍ଚଳ ସ୍ଥିତି ଅଧିକ ସଙ୍ଗୀନ ରହିଛି । ଗ୍ରାମାଞ୍ଚଳରେ ବେକାରୀ ହାର ୩.୬ ପ୍ରତିଶତ ରହିଥିବାବେଳେ ସହରାଞ୍ଚଳରେ ୬.୨ ପ୍ରତିଶତ ରହିଛି । ଚାକିରି ପାଇଁ ୧୧ ଲକ୍ଷ ୪ ହଜାର ୨୩୭ ଜଣ ପଞ୍ଜିକରଣ କରିଛନ୍ତି । ତେବେ ଗତ ୧୦ ବର୍ଷ ଭିତରେ ମୋଟ ୮୪୦୧ ଜଣ ନିଯୁକ୍ତି ପାଇଛନ୍ତି ବୋଲି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଶୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ସ୍ୱାଇଁ ।
Powered by Froala Editor