ରେଞ୍ଜରଙ୍କ ବିଳାସପୂର୍ଣ୍ଣ ଫାର୍ମ ଦେଖି ଚକିତ ହେଲେ ଭିଜିଲାନ୍ସ ଅଧିକାରୀ
ଭୁବନେଶ୍ୱର:ରେଞ୍ଜରଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବିଭୁଦାନନ୍ଦଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ କରାଯାଇଛି।
ଆଠଗଡ଼ରେ ତାଙ୍କର ୮ ଏକର ଜାଗାରେ ବିଳାସପୂର୍ଣ୍ଣ ବିରାଟ ଫାର୍ମ ହାଉସ ରହିଛି। ପାର୍କଠୁ ବଡ଼ ଏହି ଫାର୍ମ ହାଉସକୁ ଅତି ସୁନ୍ଦର ଭାବେ ସଜାଯାଇଛି। ଫାର୍ମ ହାଉସରେ ଅଛନ୍ତି ମୟୂର, ଠେକୁଆ, ଶୁଆ ଓ ବତକ ଭଳି ଅନେକ ଜୀବଜନ୍ତୁ। କେବଳ ସେତିକି ନୁହେଁ ମନୋରଂଜନ ପାଇଁ ମଧ୍ୟ ଫାର୍ମ ହାଉସରେ ବ୍ୟାପକ ବ୍ୟବସ୍ଥା କରିଛନ୍ତି ରେଞ୍ଜର ବାବୁ। ଫାର୍ମ ହାଉସ ମଝିରେ ରହିଛି ଭ୍ୟୁ ପଏଣ୍ଟ। ଥକା ମେଣ୍ଟାଇବାକୁ କିମ୍ବା ଝୁଲିବା ପାଇଁ ରହିଛି ବିଳାସପୂର୍ଣ୍ଣ ଦୋଳି।
ସେହିପରି ପିଲାଙ୍କ ଖେଳିବା ପାଇଁ କେତେ କଣ ଉପକରଣ ରହିଛି। ଏହାଛଡ଼ା ମର୍ଣ୍ଣିଂୱାକ କରିବାକୁ ରାସ୍ତା ମଧ୍ୟ ରହିଛି। ସେହି ରାସ୍ତା କଡ଼ରେ ରହିଛି ସୁନ୍ଦର ସୁନ୍ଦର ମାର୍ବଲ ମୂର୍ତ୍ତି। ଚଢ଼ାଉ ବେଳେ ରେଞ୍ଜର ବାବୁଙ୍କ ଫାର୍ମ ହାଉସରେ ଏସବୁ ଜିନିଷ ଦେଖି ଚକିତ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ।
Powered by Froala Editor