‘ସୁପରହିଟ୍’ ଟ୍ୟାଗ୍ ନେଲା ‘ସ୍ତ୍ରୀ-୨’: ରୋଜଗାର ୧୦୦ କୋଟି ପାର୍ କଲା
ଫିଲ୍ମ ‘ସ୍ତ୍ରୀ ୨: ସିର୍କଟେ କା ଆତଙ୍କ’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରୁଛି। ଶ୍ରଦ୍ଧା କପୁର ଓ ରାଜକୁମାର ରାଓଙ୍କ ଅଭିନୀତ ଏହି ସିନେମାକୁ ଦର୍ଶକଙ୍କ ଜବରଦସ୍ତ ରେସ୍ପନ୍ସ ମିଳିଛି। ଅକ୍ଷୟ କୁମାର ଏବଂ ତାପସୀ ପନ୍ନୁଙ୍କ ଫିଲ୍ମ ଖେଲ ଖେଲ ମେଁ ଏବଂ ଜନ୍ ଅବ୍ରାହମଙ୍କ ଫିଲ୍ମ ବେଦା ରିଲିଜ୍ ସତ୍ତ୍ୱେ 'ସ୍ତ୍ରୀ 2'ର ବକ୍ସ ଅଫିସ୍ କଲେକ୍ସନ ଆଶାତୀତ ରହିଛି।
ଏହି ଚଳଚ୍ଚିତ୍ର ୨୦୨୪ର ପ୍ରଥମ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି। ରିପୋର୍ଟ ଅନୁଯାୟୀ, ‘ସ୍ତ୍ରୀ ୨’ ରିଲିଜ୍ ହେବାର ଦ୍ୱିତୀୟ ଦିନରେ ୩୦ କୋଟି ଟଙ୍କା ରୋଜଗାର କରିଛି। ନିର୍ମାତାଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ ମୋଟ ୭୬.୫ କୋଟି ଟଙ୍କା ରୋଜଗାର କରି ଇତିହାସ ସୃଷ୍ଟି କରିଛି ଏବଂ ଏହି ଶାହରୁଖ ଖାନଙ୍କ ‘ପଠାନ’ର ପ୍ରଥମ ଦିନର ରେକର୍ଡ ମଧ୍ୟ ଭାଙ୍ଗିଛି।
ଦ୍ୱିତୀୟ ଦିନରେ ସାମାନ୍ୟ କମ୍ ଆୟ ହୋଇଥିଲେ ମଧ୍ୟ କାର୍ଯ୍ୟ ଦିବସ ଦୃଷ୍ଟିରୁ ଚଳନୀୟ ରହିଛି ବୋଲି ନିର୍ମାତାଙ୍କ ପକ୍ଷକୁ କୁହାଯାଇଛି। ତେବେ ନିର୍ମାତାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ 'ସ୍ତ୍ରୀ ୨' ଦ୍ୱିତୀୟ ଦିନରେ 30 କୋଟି ଟଙ୍କା ଆୟ ସହ ଦୁଇ ଦିନରେ 100 କୋଟି ମାର୍କ ପାର୍ କରିଛି।
ପ୍ରାୟ ୬୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହରର୍-କମେଡି ଫିଲ୍ମ ଏହାର ବଜେଟ୍ ବାହାର କରିସାରିଛି। ଏହି ଫିଲ୍ମ ୨୦୨୪ ବର୍ଷର ସବୁଠାରୁ ଚଞ୍ଚଳ ୧୦୦ କୋଟି ଟଙ୍କାର ଫିଲ୍ମ ହୋଇପାରିଛି। ଅମର କୌଶିକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି। ଏହି ଫିଲ୍ମକୁ ‘ସୁପର୍ହିଟ୍’ ଟ୍ୟାଗ୍ ମଧ୍ୟ ଦିଆଯାଇଛି।
Powered by Froala Editor