ନେଉଥିଲେ ଲାଞ୍ଚ, ଭୂତତ୍ତ୍ଵବିତ୍ ବାବୁଙ୍କୁ ଧରିଲା ଭିଜିଲାନ୍ସ
ଭୁବନେଶ୍ବର: ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଆଉ ଜଣେ ଅଧିକାରୀ। ଲାଞ୍ଚ ନେବା ସମୟରେ ଜଣେ ଭୂତତ୍ତ୍ଵବିତ୍(ଜିଓଲୋଜିଷ୍ଟ)ଙ୍କୁ ଧରିଛି ଭିଜିଲାନ୍ସ। ବଲାଙ୍ଗୀର ଜିଲାର ଭୂତଳ ଜଳ ବିଭାଗରେ କାର୍ଯ୍ୟରତ ଏହି ଭୂତତ୍ତ୍ଵବିତ୍ ଜଣକ ହେଉଛନ୍ତି ଅସୀମ ଅଂଶୁମାନ ନାୟକ। ସେ ବୁଧବାର ଜଣେ ବ୍ୟକ୍ତିଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ଏହା ପରେ ଭିଜିଲାନ୍ସ ଅଧିକାରୀମାନେ ସମ୍ବଲପୁର ଏବଂ ବଲାଙ୍ଗୀର ଜିଲାର ବିଭିନ୍ନ ଠିକଣାରେ ଚଢ଼ାଉ ଆରମ୍ଭ କରିଦେଇଛନ୍ତି। ବିଶେଷକରି ନାୟକଙ୍କ କାର୍ଯ୍ୟାଳୟ ଏବଂ ଶତାବ୍ଦୀନଗରସ୍ଥିତ ଘରେ ଏକକାଳୀନ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।
Powered by Froala Editor