ଚିତ୍ରୋତ୍ପଳା ନଦୀକୁ ଡେଇଁପଡିଲେ ମା ପୁଅ

କଟକ: କଟକ ଜିଲା ସାଲେପୁରରେ ଅଭାବନୀୟ ଘଟଣା। ଚିତ୍ରୋତ୍ପଳା ନଦୀକୁ ଡେଇଁପଡିଲେ ମା ପୁଅ। ପୁଅକୁ ନେଇ ମା ଜଣଙ୍କ ନଦୀକୁ ଡେଇଁପଡିଥିବା ସୂଚନା ମିଳିଛି। ୧୦ବର୍ଷର ପୁଅର ମୃତଦେହ ଉଦ୍ଧାର ହୋଇଥିବା ବେଳେ ନିଖୋଜ ମାକୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି। ମା ପୁଅ ନେମାଳ ଅଞ୍ଚଳର ହୋଇଥିବା ବେଳେ କେଉଁ କାରଣ ପାଇଁ ସେମାନେ ନଦୀକୁ ଡେଇଁଲେ ତାହା ଜଣାପଡିନାହିଁ। ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି।
Powered by Froala Editor