ଏସ୍ସିବିରେ ୨ ମହିଳା ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଡାକ୍ତର ଗିରଫ

କଟକ ବଡ଼ ଡାକ୍ତରଖାନାରେ ଜଣେ ଡାକ୍ତର ରୋଗୀଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ଏନେଇ ମଙ୍ଗଳାବାଗ ଥାନାରେ ପୀଡ଼ିତାଙ୍କ ସଂପର୍କୀୟଙ୍କ ପକ୍ଷରୁ ଏତଲା ଦିଆଯାଇଛି। କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତର ଏହି ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାଯାଇଛି। କମିଶନରେଟ୍ ପୁଲିସ୍ ଅଭିଯୁକ୍ତ ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କରିଛି।
ଗତ ଶୁକ୍ରବାର ୨ ରୋଗୀ(ମହିଳା) କଟକ ଏସ୍ସିବିର ହୃଦୟ ରୋଗ ବିଭାଗକୁ ଆସିଥିଲେ। ବିଶେଷଜ୍ଞ ଡାକ୍ତର ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଇସିଜି କରିବା ପାଇଁ ସମ୍ପୃକ୍ତ ଡାକ୍ତର ପରାମର୍ଶ ଦେଇଥିଲେ। ସେହିଦିନ ଇସିଜି ହୋଇନପାରିବାରୁ ୨ ମହିଳା ଫେରି ଯାଇଥିଲେ। ଇସିଜି କରିବା ପାଇଁ ରବିବାର ଆସିଥିଲେ। ଇସିଜି ବାହାନାରେ ଡାକ୍ତର ୨ ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଏଣେ ଘଟଣାକୁ ନେଇ ଉତ୍ତ୍ୟକ୍ତ ହୋଇ ପୀଡ଼ିତାଙ୍କ ସଂପର୍କୀୟମାନେ ଅଭିଯୁକ୍ତ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଦୁଇ ପୀଡ଼ିତଙ୍କ ସମ୍ପର୍କୀୟମାନେ ଏନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି କମିଶନରେଟ୍ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମହିଳା ପୁଲିସ ଦୁଇ ପୀଡ଼ିତାଙ୍କୁ ପଚରାଉଚରା କରୁଛି। ୧୬୧ରେ ବୟାନ୍ ରେକର୍ଡ କରାଯାଉଛି ବୋଲି ଜଣାପଡ଼ିଛି।
Powered by Froala Editor