ଡମଡମଣୀ ଡ୍ୟାମ୍ରେ ବୁଡ଼ି ଯୁବକଙ୍କ ମୃତ୍ୟୁ
କଟକ ଚୌଦ୍ବାର ମଙ୍ଗରାଜପୁର ସ୍ଥିତ ଡମଡମଣୀ ଡ୍ୟାମ୍ରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ କଟକ ସଦର ଅଞ୍ଚଳ ଅରିଳୋ ଗ୍ରାମର ନିର୍ମଳ ରାଉତ।
ମିଳିଥିବା ସୂଚନା ମୁତାବକ, କେତେଜଣ ସାଙ୍ଗ ରବିବାର ଡମଡମଣୀ ଡ୍ୟାମ୍କୁ ବୁଳିବାକୁ ଆସିଥିଲେ ନିର୍ମଳ। ପରେ ସାଙ୍ଗମାନଙ୍କ ଡ୍ୟାମ୍ରେ ଗାଧୋଉଥିଲେ। ସେତିକିବେଳେ ନିର୍ମଳ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ। ଏନେଇ ସାଙ୍ଗମାନେ ତୁରନ୍ତ ସ୍ଥାନୀୟ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ଚୌଦ୍ୱାର ଅଗ୍ନିଶମ ବାହିନୀ ପହଞ୍ଚି ମୃତ୍ୟୁ ଦେହକୁ ଉଧାର କରିଛି। ଚୌଦ୍ୱାର ପୁଲିସ ପହଂଚି ଶବକୁ ଜବତ କରି କଟକ ବଡ଼ମେଡିକାଲ ପଠାଇବା ସହ ମୃତୁର ତଦନ୍ତ ଆରମ୍ଭ କରିଛି।
Powered by Froala Editor