ଅଗଷ୍ଟ ୧୫ରେ ସୁଭଦ୍ରା ଯୋଜନା ପାଇଁ ଆସିବ ଏସ୍ଓପି, ଆୟକର ଦେଉଥିଲେ ବାଦ୍ ପଡିବେ

ଆସନ୍ତା ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ସୁଭଦ୍ରା ଯୋଜନା ପାଇଁ ଆସିବ ଏସ୍ଓପି। ଏହି ଯୋଜନାରେ କିଏ ପାଇବେ, କିଏ ପାଇବେନି, ତାର ସ୍ପଷ୍ଟ ଚିତ୍ର ରହିବ। ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡ ହିଁ ଯଥେଷ୍ଟ। ତେବେ ଉଚ୍ଚ ବର୍ଗର ଲୋକ ଏଥିରୁ ବାଦ ପଡିପାରନ୍ତି। ବିଶେଷକରି ଯେଉଁମାନେ ଆୟକର ଦେଉଛନ୍ତି ସେମାନଙ୍କୁ ସରକାର ବାଦ ଦେଇପାରନ୍ତି।
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ବିଜେପି ମାଆ ମାନଙ୍କୁ କେବେବି ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରେନି। ମିଶନ ଶକ୍ତି କେବେବି ବନ୍ଦ ହେବନି । ଗତ ଥର ଇକୋରିଟ୍ରେଟରେ ଅନେକ ବାବୁଙ୍କ ବିନା ପଇସାରେ ବିଳାସ ବ୍ୟଶନ କଥା ସାମନାକୁ ଆସିଛି। ଏଥର ସେ ସବୁ ବନ୍ଦ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନା ବଜେଟ୍ରେ ୧୦ ହଜାର କୋଟି ଟଙ୍କା ଥିଲେ ମଧ୍ୟ ଆବଶ୍ୟକ ପଡ଼ିଲେ ଏହା ପରିମାଣ ବଢ଼ିପାରେ। ଆସନ୍ତା ସେପ୍ଟେମ୍ବର ୧୭ରେ ରାଜ୍ୟରେ ଏହି ଯୋଜନା ଲାଗୁ ହେବ। ସେହିପରି ରାଜ୍ୟରେ ଯେମିତି ଲକ୍ଷପତି ଦିଦିଙ୍କ ସଂଖ୍ୟା ବଢ଼ିବ ସେ ନେଇ ତାଙ୍କ ସରକାର କାମ କରୁଛନ୍ତି।
Powered by Froala Editor