କ୍ରମାଗତ ବୃଦ୍ଧି ପାଇବାକୁ ଲାଗିଛି ମହାନଦୀ ଜଳସ୍ତର
ଭୁବନେଶ୍ୱର: ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଖୋଲାଯିବା ପରେ ବଢୁଛି ମହାନଦୀର ଜଳସ୍ତର। କଟକ ମୁଣ୍ଡଳୀରେ ମହାନଦୀ ଜଳସ୍ତର କ୍ରମାଗତ ବୃଦ୍ଧି ପାଇବାକୁ ଲାଗିଛି। ଆଜି କଟକର ମୁଣ୍ଡଳି ଦେଇ ୫ ଲକ୍ଷ ୭୮ ହଜାର କ୍ୟୁକେସ୍ ବନ୍ୟା ପାଣି ପ୍ରବାହିତ ହେଉଛି। ମହାନଦୀର ଜଳସ୍ତର ବଢୁଥିବାରୁ ଅବବାହିକାରେ ଥିବା ୧୦ ଜିଲ୍ଲାର ଜିଲ୍ଳାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।
ଏସବୁ ଜିଲ୍ଲାଗୁଡ଼ିକ ହେଲା ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୋଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା। ଏଥିସହ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି।
ସେହିପରି ମହାନଦୀରେ ଦ୍ୱିତୀୟ ବନ୍ୟା ପାଣି ଆସିବାରୁ ଉଛୁଳିଛି ମହାନଦୀର ଶାଖା ନଦୀ ଋଣ। ଫଳରେ ବାଙ୍କୀର ତାଳବସ୍ତ ଓ ବିଲିପଡା ରାସ୍ତାରେ ୨ ଫୁଟ୍ ପାଣି ପ୍ରବାହିତ ହେଉଛି।
Powered by Froala Editor