୯୯ ରାଣୀଙ୍କ ରାଜା ଥିଲା ସତ୍ୟଜିତ୍, ଜବତ ହେଲା ପୁଲିସ ଆଇଡି ସହ ପାସପୋର୍ଟ
ଖୋଲୁଛି ଦୁଲହେ ରାଜା ସତ୍ୟଜିତ ସାମଲଙ୍କ ଗୁମର । ଦୁଇ ଦିନିଆ ରିମାଣ୍ଡରେ ଗଲା ପରେ ଧିରେ ଧିରେ ଖୋଲୁଛି ସବୁ ରହସ୍ୟ । ୪୯ ନୁହେଁ ବରଂ ୯୯ ମହିଳାଙ୍କ ସହ ଥିଲା ତାର ସମ୍ପର୍କ । ସତ୍ୟଜିତର ମୋବାଇଲ ଯାଞ୍ଚ ପରେ ଏକାଧିକ ମହିଳାଙ୍କ ଅଶ୍ଳୀଳ ଫଟୋ ଭିଡିଓ ଥିବା ଜଣାପଡିଛି। ଭିଡ଼ିଓ ଭର୍ତ୍ତି ପେନଡ୍ରାଇଭ ଜବତ କରିଛି ପୁଲିସ । ସେହିପରି ଫେକ ପୁଲିସ ଆଇଡି ସହ ପାସପୋର୍ଟ ଜବତ କରିଛି।
ଖାଲି ସେତିକି ନୁହେଁ ଓଡିଆ ବ୍ୟତୀତ ସେ ଛଅଟି ଭାଷାରେ କଥା ବାର୍ତ୍ତା କରିପାରେ ଏହି ରସିକିଆ ପ୍ରେମିକ । ସୂଚନା ଅନୂସାରେ ସେ ହସ୍ପିଟାଲିଟି ମ୍ୟାନେଜର, ଡିପ୍ଲୋମା, କିଙ୍ଗଫିସର ଏୟାରଲାଇନ୍ସ, ବିବି ରେ କାମ କରିବା ସହ ମହିଳାମାନଙ୍କୁ ଚକମା ଦେବାରେ ଥିଲା ଧୁରନ୍ଦର । ରିମାଣ୍ଡ ଅବଧି ଶେଷ ହୋଇଛି । ଏବେ ସେ ଜେଲ୍ ରେ ରହିବ । ଆବଶ୍ୟକ ପଡିଲେ ପୋଲିସ ପୁଣି ରିମାଣ୍ଡରେ ଆଣିପାରେ ବୋଲି ସୂଚନା ରହିଛି ।
Powered by Froala Editor