ମୌଳବାଦୀଙ୍କୁ ସନ୍ତୁଷ୍ଟ କରିବାକୁ ହସିନା ପ୍ରୟାସ କରୁଥିଲେ, ଆଜି ତାର ଫଳ ତାଙ୍କୁ ଭୋଗିବାକୁ ପଡ଼ିଛି : ତସ୍ଲିମା

ହିଂସା ଅରାଜକତାରେ ଜଳୁଛି ବାଂଲାଦେଶ। ପ୍ରଧାନମନ୍ତ୍ରୀ ପଦରୁ ଶେଖ୍ ହାସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ପାର୍ଲାମେଣ୍ଟକୁ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଭଙ୍ଗ ଘୋଷଣା କରିଛନ୍ତି । ତେବେ ଏହା ମଧ୍ୟରେ ଶେଖ ହାସିନାଙ୍କୁ ନେଇ କଡ଼ା ସମାଲୋଚନା କରିଛନ୍ତି ନିର୍ବାସିତ ବାଂଲାଦେଶୀ ଲେଖିକା ତସ୍ଲିମା ନସ୍ରିନ୍ ।
ନସ୍ରିନ କହିଛନ୍ତି ଯେ, ଦିନେ ମୋତେ ତଡ଼ି ଦେଇଥିଲେ। ଆଉ ଆଜି ସେ ନିଜେ ତଡ଼ା ଖାଇଲେ।' ବର୍ଷ ବର୍ଷ ଧରି ଛାତି ତଳେ ଦବି ରହିଖିବା ତାଙ୍କ ଯନ୍ତ୍ରଣାକୁ ବଖାଣିଛନ୍ତି। ବାଂଲାଦେଶରେ ଉପୁଜିଥିବା ହିଂସା ପରିସ୍ଥିତି ପାଇଁ ସେ ଶେଖ ହସିନାଙ୍କୁ ଦାୟୀ କରିଛନ୍ତି।
ଇସଲାମବାଦୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦିନେ ହାସିନା ମୋତେ ବାଂଲାଦେଶରୁ ବାହାର କରିଦେଇଥିଲେ । ଏମିତିରେ ୧୯୯୯ରେ ମୋ ମା’ଙ୍କୁ ଶେଷଥର ଦେଖା କରିବାକୁ ମଧ୍ୟ ଛାଡ଼ି ନ ଥିଲେ। ବର୍ତ୍ତମାନ ଛାତ୍ର ଆନ୍ଦୋଳନରେ ଜଡ଼ିତ ଥିବା ଉକ୍ତ ଇସଲାମବାଦୀ ହାସିନାଙ୍କୁ ଦେଶ ଛାଡି ଚାଲିଯିବାକୁ ବାଧ୍ୟ କରିଛନ୍ତି । ସେ କହିଛନ୍ତି, ମୌଳବାଦୀଙ୍କୁ ସନ୍ତୁଷ୍ଟ କରିବାକୁ ହସିନା ସବୁବେଳେ ପ୍ରୟାସ କରୁଥିଲେ। ଆଜି ତାହାର ଫଳ ତାଙ୍କୁ ଭୋଗିବାକୁ ପଡ଼ିଛି।
୧୯୯୪ ମସିହାରେ ନସ୍ରିନଙ୍କ ବହି “ଲଜ୍ଜା” ଉପରେ ମୌଳିକବାଦୀ ସଂଗଠନର ମୃତ୍ୟୁ ଧମକ ପାଇବା ପରେ ନସ୍ରିନ୍ଙ୍କୁ ବାଂଲାଦେଶ ଛାଡିବାକୁ ପଡିଥିଲା। ତାଙ୍କ ବହି”ଲଜ୍ଜା”କୁ ବାଂଲାଦେଶରେ ନିଷେଧ କରାଯାଇଥିଲା, ମାତ୍ର ଅନ୍ୟ ସ୍ଥାନରେ ତାଙ୍କ ବହି ବିକ୍ରି ହୋଇଥିଲା ।
Powered by Froala Editor