ବେପାରୀ ସାଜି ବାଘ ଛାଲ ବେପାରୀକୁ ଧରିଲେ ବନପାଳ
ବେପାରୀ ସାଜି ବାଘଛାଲ ବେପାରୀକୁ ମାଡି ବସିଲେ ବନ ବିଭାଗ ଅଧିକାରୀ । ଯାଜପୁର ଜିଲ୍ଲାର ଟମକା ବନାଞ୍ଚଳରେ ବାଘଛାଲ ଡିଲ୍ ବେଳେ କଟକ ବନଖଣ୍ଡର ଏକ ସ୍ୱତନ୍ତ୍ର ଟିମ୍ ବେପାରିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଟମକା ଥାନା ଚମ୍ପାଝର ଅଞ୍ଚଳର ପ୍ରସନ୍ନ ଚାମ୍ପିଆ(୨୨) । ଜବତ କଲରାପତରିଆ ବାଘଟି ୫ଫୁଟ ଲମ୍ବ, ୨ଫୁଟ୍ ଓସାରର । କିନ୍ତୁ ଡିଲ୍ ବେଳେ ଆଉ ୨ ଜଣ ସନ୍ଦେହ କରି ଫେରାର ହୋଇଯାଇଥିବା ଜଣାପଡିଛି ।
ସୂଚନା ମୁତାବକ, ପ୍ରସନ୍ନ ଦୈତାରୀ ଅଞ୍ଚଳର ଅଜୟକୁ ବାଘଛାଲ ଆଣିବାକୁ କହିଥିଲା । ଜଣେ ମଧ୍ୟସ୍ଥିଙ୍କ ଜରିଆରେ ଯାଜପୁରରୋଡ୍ ଅଞ୍ଚଳର ଜଣେ ବେପାରିକୁ ବାଘଛାଲ ବିକ୍ରି ପାଇଁ ଯୋଜନା ହୋଇଥିଲା । ଡିଏଫ୍ଓଙ୍କ ନିର୍ଦ୍ଦେଶରେ କଟକ ବନ ବିଭାଗର ଏକ ଟିମ୍ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ମଧ୍ୟସ୍ଥିଙ୍କୁ ଧରିବା ପାଇଁ ବନପାଳ ନିଜେ ବେପାରୀ ସାଜି ମଧ୍ୟସ୍ଥିତି ଯୋଗାଯୋଗ କରିଥିଲେ । ମଧ୍ୟସ୍ଥିଙ୍କ ସହଯୋଗରେ ବନ ବିଭାଗର ଅଧିକାରୀ ବାଘଛାଲ ବେପାରୀ ଭାବେ ଘଟଣାସ୍ଥଳରେ ପହଞ୍ôଚଥିଲେ । ବନପାଳଙ୍କ ହାତରେ ବାଘଛାଲ ଲାଗିବା ପରେ ସେ କୌଶଳକ୍ରମେ ଛପି ରହିଥିବା ସ୍ୱତନ୍ତ୍ର ଟିମ୍କୁ ଖବର ଦେଇଥିଲେ । ତୁରନ୍ତ ବନବିଭାଗ କର୍ମଚାରୀମାନେ ବେପାରୀକୁ ମାଡି ବସିଥିଲେ । କିନ୍ତୁ ଆଉ ୨ ଜଣ ବେପାରୀ ଚମ୍ପଟ ମାରିଥିଲେ । ଯାଜପୁରରେ କଲରାପତରିଆ ଛାଲ ଜବତ ହେବା ଘଟଣା ବନବିଭାଗ ପାଇଁ ବଡ ସଫଳତା ।
Powered by Froala Editor