ନଣ୍ଡା ହେଲେ, ତା’ପରେ ବିଜେପିରୁ ଟିଏମସିକୁ ଫେରିଲେ

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମମତାଙ୍କ ଟିଏମସି ଛାଡ଼ି ବିଜେପିରେ ମିଶିଥିବା ୨୦୦ କର୍ମୀ ପୁଣି ଥରେ ଟିଏମସିକୁ ଫେରିଛନ୍ତି । ବିଜେପିରେ ମିଶିବା ଏକ ବଡ଼ ଭୁଲ ଥିଲା ବୋଲି ସେମାନେ କହିବା ସହିତ ଘର ବାହୂଡା ପୂର୍ବରୁ ସମସ୍ତ କର୍ମୀ ପ୍ରଥମେ ମୁଣ୍ଡନ ହୋଇ ପାପର ପ୍ରାୟଶ୍ଚିତ କରିବାକୁ ହୁଗୁଳି ଜିଲ୍ଲାର ଶତାଧିକ ବିଜେପି କର୍ମୀ ପୁଣି ଟିଏମସିକୁ ଫେରିବା ପୂର୍ବରୁ ଏଭଳି କରିଥିବା ଜଣାପଡିଛି । ଟିଏମସିକୁ ପ୍ରଶଂସା କରିବା ସହ ଆରାମବାଗ ସାଂସଦ ଅପରୂପା ପୋଦ୍ଧାରଙ୍କୁ ଦୃଢ଼ ସମର୍ଥନ ଜଣାଇଛନ୍ତି । କର୍ମୀମାନେ ଲଣ୍ଡା ହୋଇ ଗଙ୍ଗାଜଳ ଛିଞ୍ଚି ହେଉଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । କେବଳ ହୁଗୁଳି ନୁହେଁ ଗୁରୁବାର ବୀରଭୂମିର ୧୫୦ ଜଣ ବିଜେପି କର୍ମୀ ମଧ୍ୟ ଟିଏମସିକୁ ଫେରିଥିବା ଜଣାପଡ଼ିଛି । ଏଠାରେ କିନ୍ତୁ କିଛି ଭିନ୍ନ ଦୃଶ୍ୟ ରହିଥିଲା । ଏଠାରେ ଇଲାମବଜାର ବ୍ଲକରେ ଏହି କର୍ମୀମାନଙ୍କୁ ଟିଏମସିରେ ମିଶିବା ପୂର୍ବରୁ ସାନିଟାଇଜ କରାଯାଇଥିଲା । ସେମାନେ ବିଜେପିକୁ ଯାଇ ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା କହିଥିଲେ । ଏଥିପାଇଁ ବୀରଭୂମିରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
Powered by Froala Editor