ବିଶ୍ୱର ୮୫ ଟି ରାଷ୍ଟ୍ରରେ ଚିହ୍ନଟ ହୋଇଛି କରୋନାର ଡେଲଟା ପ୍ରଜାତି
ୱାସିଂଟନ : କରୋନାର ଅତି ଭୟଙ୍କର ସଂକ୍ରାମକ ପ୍ରଜାତି ଡେଲଟା ଏବେ ବିଶ୍ୱର ୮୫ ଟି ରାଷ୍ଟ୍ରରେ ଚିହ୍ନଟ ହୋଇଛି । ଲଗାତାର ଏହି ପ୍ରଜାତିକୁ ବିଶ୍ୱର ବିଭିନ୍ନ ସ୍ଥାନରେ ଚିହ୍ନଟ କରାଯାଉଛି । ଆଗକୁ ଏହି ଡେଲଟା ପ୍ରଜାତି ଏକ ‘ପ୍ରମୁଖ ବଂଶ’ ହେବାକୁ ଯାଉଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛନ୍ତି । ବିଶ୍ୱରେ ସଂକ୍ରମଣ ବଢ଼ିବାର ପ୍ରମୁଖ କାରଣ ହେବ ଏହି ଡେଲଟା ପ୍ରଜାତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ସାପ୍ତାହିକ ତଥ୍ୟ ଅନୁଯାୟୀ ଆଲଫା ପ୍ରଜାତି ୧୭୦ ରାଷ୍ଟ୍ରରେ ଚିହ୍ନଟ ହୋଇଥିବାବେଳେ ବିଟା ୧୧୯ , ଗାମା ୭୧ ଏବଂ ଡେଲଟା ୮୫ ରାଷ୍ଟ୍ରରେ ଚିହ୍ନଟ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ବର୍ତ୍ତମାନ ୪ଟି ଚିନ୍ତାଜନକ ପ୍ରଜାତି ଆଲଫା, ବିଟା , ଗାମା ଏବଂ ଡେଲଟାକୁ ଅତି ଭଲଭାବେ ଯାଞ୍ଚ କରାଯାଉଛି । ଆଲଫା ପ୍ରଜାତି ତୁଳନାରେ ଡେଲଟା ପ୍ରଜାତି ଅଧିକ ସଂକ୍ରାମକ ଏବଂ ଯଦି ବର୍ତ୍ତମାନର ସ୍ଥିତି ଆଗକୁ ଜାରି ରହେ ତେବେ ଏହା ଆଗକୁ ଏକ ‘ପ୍ରମୁଖ ବଂଶ’ରେ ପରିଣତ ହେବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥ୍ୟ ଅନୁଯାୟୀ ଭାରତରେ ଗତ ସପ୍ତାହରେ ସର୍ବାଧିକ କୋଭିଡ ମାମଲା ଚିହ୍ନଟ ହୋଇଛି ।
Powered by Froala Editor