ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ହେଲେ ରକ୍ତ ଜୁଡୁବୁଡୁ, ନାକରୁ ବୋହିଲା ପ୍ରବଳ ରକ୍ତ
ସାମ୍ବାଦିକ ସମ୍ମିଳନୀ ବେଳେ ହଠାତ୍ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କ ନାକରୁ ବାହାରିଥିଲା ରକ୍ତ। ରବିବାର ବେଙ୍ଗାଲୁରୁରେ ବିଜେପି-ଜେଡିଏ ନେତାଙ୍କ ଏକ ବୈଠକ ପରେ କୁମାରସ୍ୱାମୀ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରୁଥିଲେ। ଏହି ସମୟରେ ହଠାତ୍ ତାଙ୍କ ନାକରୁ ରକ୍ତ ବୋହିବାକୁ ଲାଗିଥିଲା। ସେ ତାଙ୍କ ନାକକୁ ଏକ କପଡ଼ାରେ ଘୋଡାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା। ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ସମୟ ମଧ୍ୟରେ ତାଙ୍କ ଶର୍ଟ ମଧ୍ୟ ରକ୍ତରେ ଭିଜି ଯାଇଥିଲା। ତେବେ ଏହା ଘଟିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତାଙ୍କୁ ଡାକ୍ତରଖାନା ନିଆଯାଇଛି। ଡାକ୍ତରମାନେ ତାଙ୍କୁ ପରୀକ୍ଷା କରୁଛନ୍ତି। କୁମାରସ୍ୱାମୀ କହିଛନ୍ତି, 'ମୁଁ ତିନିଥର ହାର୍ଟ ଭାଲଭ ରିପ୍ଲେସମେଣ୍ଟ ସର୍ଜରୀ କରିସାରିଛି। ବ୍ଲଡ୍ କ୍ଲଟ ନ ହେବା ପାଇଁ ମୁଁ ରକ୍ତ ପତଳା ରହିବା ଲାଗି ମେଡିସିନ୍ ଖାଉଛି। ଯେତେବେଳେ ମୁଁ ଚାପଗ୍ରସ୍ତ ହୁଏ, ଏବଂ ମୁଁ ଯଥେଷ୍ଟ ବିଶ୍ରାମ ନିଏ ନାହିଁ ସେତେବେଳେ ମୋ ନାକରୁ ରକ୍ତସ୍ରାବ ହୋଇଥାଏ। ଏହା ମୋ ପାଇଁ ସାଧାରଣ କଥା। ଡାକ୍ତରମାନେ ମୋତେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ରାଜ୍ୟ ବିଜେପି ସଭାପତି ବିଓ୍ବାଇ ବିଜୟେନ୍ଦ୍ର, କୁମାରସ୍ବାମୀ ଏବଂ ରାଜ୍ୟ ବିରୋଧୀ ଦଳର ନେତା ଆର ଅଶୋକଙ୍କ ନେତୃତ୍ୱରେ ବିଜେପି-ଜେଡିଏସ ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କର୍ଣ୍ଣାଟକରେ ମହୀଶୁରସହରୀ ବିକାଶ ପ୍ରାଧିକରଣ (MUDA) ସ୍କାମ ସମେତ ଅନ୍ୟାନ୍ୟ ଦୁର୍ନୀତି ମାମଲା ଉପରେ ଆଲୋଚନା କରାଯାଇଥିଲା।
Powered by Froala Editor