ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଲେ ବଜେଟ ଉପସ୍ଥାପନ
ନୂଆଦିଲ୍ଲୀ:୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ଆଗତ ହେଲା ପୂର୍ଣ୍ଣାଙ୍ଗ ବଜେଟ୍ । ଦିନ ୧୧ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି । ସପ୍ତମ ଥର ବଜେଟ ଉପସ୍ଥାପନ କଲେ ନିର୍ମଳା ସୀତାରମଣ । ଲଗାତାର ସପ୍ତମ ଥର ପାଇଁ ସଂସଦରେ ଦେଶର ଆୟ-ବ୍ୟୟର ହିସାବ ରଖିଛନ୍ତି ସୀତାରମଣ । ମୋଦି ସରକାର ୩.୦ର ଏହା ପ୍ରଥମ ବଜେଟ୍ ହୋଇଥିବାବେଳେ ଏଥିରୁ ଅନେକ ଆଶା ବାନ୍ଧି ବସିଛନ୍ତି ସବୁ ବର୍ଗର ଲୋକେ । ବଜେଟରେ ଟିକସଠାରୁ ନେଇ କୃଷି, ମହିଳା, ଶିଳ୍ପ, ଭିତ୍ତିଭୂମ କ୍ଷେତ୍ର ଉପରେ ଫୋକସ୍ କରାଯିବ । ଏଥିରେ କରଦାତାଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ ବୋଲି ଆଶା କରାଯାଉଛି । ଟିକସ ଛାଡ ସୀମା ବଢାଇ ପାରନ୍ତି ସରକାର । ଷ୍ଟାର୍ଟଅପ୍ ଓ ଏମଏସଏମଇକୁ ଅଧିକ ଟିକସ ରିହାତି ମିଳିପାରେ । ବିକଶିତ ଓଡ଼ିଶା ପାଇଁ ମଧ୍ୟ ବଜେଟ୍ରେ କିଛି ବଡ ଘୋଷଣା ହେବାର ଆଶା ରଖାଯାଉଛି । ସେହିପରି ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ବଡ ଝଟକା ଖାଇଥିବାରୁ ଆଗକୁ ୩ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏଥର ବଜେଟ୍ ଲୋକାଭିମୁଖୀ ହୋଇପାରେ । ଆଉ କିଛି ସମୟ ପରେ ବଜେଟକୁ ନେଇ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିବ ।
Powered by Froala Editor