କମଲା ହାରିସଙ୍କୁ ପରାସ୍ତ କରିବା ସହଜ ହେବ: ଟ୍ରମ୍ପ
ଓ୍ବାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ସେ ଉପରାଷ୍ଟ୍ରପତି କମଲା ହାରିସଙ୍କ ନାମକୁ ସମର୍ଥନ କରିଛନ୍ତି। ବାଇଡେନ ନିର୍ବାଚନ ଦୌଡ଼ରୁ ବାହାରିବାର କିଛି ମିନିଟ ପରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ୮୧ ବର୍ଷିୟ ଜୋ ବାଇଡେନଙ୍କ ଅପେକ୍ଷା କମଲା ହାରିସଙ୍କୁ ପରାସ୍ତ କରିବା ସହଜ ହେବ।
ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍’ରେ କହିଛନ୍ତି, ବାଇଡେନ ଆମେରିକାର ଇତିହାସରେ ସବୁଠାରୁ ଖରାପ ରାଷ୍ଟ୍ରପତି। ବାଇଡେନ ଭାରି ଚତୁର ଏବଂ ରାଷ୍ଟ୍ରପତି ନିର୍ବାଚନ ପାଇଁ ସେ ଯୋଗ୍ୟ ନୁହନ୍ତି। ବାଇଡେନଙ୍କ ଅପେକ୍ଷା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ପରାସ୍ତ କରିବା ସହଜ ହେବ।
ସେହପିରି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଟ୍ରମ୍ପ ଜୁନିଅର କମଲା ହାରିସଙ୍କୁ ବାଇଡେନଙ୍କ ଅପେକ୍ଷା କମ ଦକ୍ଷ ବୋଲି କହିଛନ୍ତି।
Powered by Froala Editor