Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ...

  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ...

  • ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ...

  • NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ...

  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ...

  • ଆମେରିକୀୟ ବାୟୁସେନା ବିମାନ ...

  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ...

  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ...

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ...

  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››କମଲା ହାରିସ୍‌ ଡେମୋକ୍ରାଟିକ୍‌ ପ୍ରାର୍ଥୀ

କମଲା ହାରିସ୍‌ ଡେମୋକ୍ରାଟିକ୍‌ ପ୍ରାର୍ଥୀ

2024-07-22 12:00:24
14098
Share:
Facebook
Twitter
E-Mail
WhatsApp
Telegram
କମଲା ହାରିସ୍‌ ଡେମୋକ୍ରାଟିକ୍‌ ପ୍ରାର୍ଥୀ

ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରବିବାର ହ୍ବାଇଟ୍‌ ହାଉସ୍‌ ଦୌଡ଼ରୁ ଓହରିଯାଇଛନ୍ତି। ଆସନ୍ତା ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟିରୁ ସେ ଲଢ଼ିବେ ନାହିଁ ବୋଲି ଏକ୍ସ’ରେ ସ୍ପଷ୍ଟ କରିଛନ୍ତି। ଜାତୀୟ ଓ ଦଳୀୟ ସ୍ବାର୍ଥ ଦୃଷ୍ଟିରୁ ଏହି ନିଷ୍ପତ୍ତି ନେଇଥିବା ବିଷୟ ଏଥିରେ ସେ ଉଲ୍ଲେଖ କରିଛନ୍ତି। ଏଥିସହ ବାଇଡେନ୍‌ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଶାସକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ ଜଣାଇଛନ୍ତି।

୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇ ପୂର୍ବତନ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟ ବାଇଡେନ୍‌ କ୍ଷମତାକୁ ଆସିଥିଲେ। ୨୦୨୪ ନିର୍ବାଚନରେ ବାଇଡେନ୍‌ ଶାସକ ଦଳରୁ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିବା ଏକପ୍ରକାର ନିଶ୍ଚିତ ଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟଗତ ଅସୁବିଧା ଓ ମତିଭ୍ରମ ଯୋଗୁ ବାଇଡେନ୍‌ ବାରମ୍ବାର ଭୁଲ୍‌ କଥା କହୁଥିବା ଅନେକ ସଭାସମିତିରେ ଦେଖିବାକୁ ମିଳିଥିଲା। ଜୁନ୍‌ ୨୭ରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପ୍ରେସିଡେନ୍ସିଆଲ ଡିବେଟ୍‌ ବେଳେ ରିପବ୍ଲିକାନ୍‌ ଟ୍ରମ୍ପ ଅନେକ ପ୍ରସଙ୍ଗରେ ବାଇଡେନ୍‌ଙ୍କୁ ମୁହଁତୋଡ଼ ଜବାବ ଦେଇଥିଲେ। ୮୧ ବର୍ଷୀୟ ବାଇଡେନ୍‌ ଟ୍ରମ୍ପ୍‌ଙ୍କ ମୁକାବିଲା କରି ନ ପାରି ଅନେକ ଦୁର୍ବଳ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଥିଲା। ନାଟୋ ସମ୍ମିଳନୀରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ ବୋଲି ସେ ସମ୍ବୋଧନ କରିଥିଲେ।

ସେହିପରି ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଭାଇସ୍‌ ପ୍ରେସିଡେଣ୍ଟ ଟ୍ରମ୍ପ୍‌ ବୋଲି କହିଥିଲେ। ଏହାର କିଛିଦିନ ପରେ ହ୍ବାଇଟ୍‌ ହାଉସ୍‌ରେ ଆୟୋଜିତ ଏକ ଅଭ୍ୟର୍ଥନା କାର୍ଯ୍ୟକ୍ରମବେଳେ ଅନ୍ୟ ଜଣେ ମହିଳାଙ୍କୁ ଫାଷ୍ଟ ଲେଡି ଜିଲ୍‌ ବାଇଡେନ୍‌ ମନେକରି ରାଷ୍ଟ୍ରପତି ତାଙ୍କୁ ଚୁମ୍ବନ ଦେବାକୁ ଯାଉଥିଲେ। ବାଇଡେନ୍‌ଙ୍କ ଏଭଳି ବାରମ୍ବାର ଭୁଲ୍‌ ଯୋଗୁ ଟ୍ରମ୍ପ୍‌ ତାଙ୍କୁ ସବୁବେଳେ ଟାର୍ଗେଟ କରୁଥିଲେ। ବାଇଡେନ୍‌ ୮୫ ବର୍ଷରେ ଉପନୀତ ହେବା ପରେ ଆମେରିକାକୁ କିପରି ଚଳାଇବେ ବୋଲି ଚ୍ୟାଲେଞ୍ଜର ଟ୍ରମ୍ପ୍‌ ପ୍ରଶ୍ନ କରିଥିଲେ। ଏହିସବୁ ବିଷୟକୁ ନେଇ ଶାସକ ଡେମୋକ୍ରାଟିକ୍‌ ପାର୍ଟିରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯିବା ପାଇଁ ବାଇଡେନ୍‌ଙ୍କ ଉପରେ ଚାପ ବଢ଼ିବାରେ ଲାଗିଥିଲା। ଶେଷରେ ସେ ପ୍ରବଳ ଚାପ ଆଗରେ ମୁଣ୍ଡ ନୁଆଁଇ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ବାଇଡେନ୍‌ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ରବିବାର ରାତିରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ପୋଷ୍ଟ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଭାବେ ସେବା ପ୍ରଦାନ କରି ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି। ଗତ ସାଢ଼େ ୩ ବର୍ଷ ମଧ୍ୟରେ ଦେଶରେ ଅନେକ ବିକାଶ ସାଧିତ ହୋଇଛି। ଆଜି ଆମେରିକାର ଅର୍ଥନୀତି ବିଶ୍ୱର ସବୁଠୁ ଶକ୍ତିଶାଳୀ। ଦେଶର ପୁନଃନିର୍ମାଣ କ୍ଷେତ୍ରରେ ଆମେ ଐତିହାସିକ ନିବେଶ କରିଛୁ। ଆମେରିକାବାସୀଙ୍କ ସହଯୋଗ ବିନା ଏହା ସମ୍ଭବ ହୋଇ ନ ଥାନ୍ତା। ଦେଶକୁ ଆହୁରି ଆଗେଇ ନେବା ପାଇଁ ସେ ପୁନଃ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଗ୍ରହୀ ଥିଲେ।

ତେବେ ଦେଶ ଓ ଦଳର ବୃହତ୍‌ ସ୍ବାର୍ଥ ଦୃଷ୍ଟିରୁ ଓହରିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ସମ୍ପର୍କରେ ଚଳିତ ସପ୍ତାହରେ ବିସ୍ତୃତ ଭାବେ ଦେଶବାସୀଙ୍କୁ ସମ୍ବୋଧିତ କରି ଅବଗତ କରାଇବେ ବୋଲି ବାଇଡେନ୍‌ କହିଛନ୍ତି। ଏହି ଅବସରରେ ବାଇଡେନ୍‌ ଉପରାଷ୍ଟ୍ରପତି ହାରିସ୍‌ଙ୍କୁ ତାଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ହାରିସ୍‌ ସର୍ବୋତ୍ତମ ଡେମୋକ୍ରାଟ୍‌ ବୋଲି ବାଇଡେନ୍‌ କହିଛନ୍ତି। ତାଙ୍କ ପ୍ରସ୍ତାବକୁ ଡେମୋକ୍ରାଟିକ୍‌ ପାର୍ଟି କନ୍‌ଭେନ୍‌ସନ ଅନୁମୋଦନ ଦେଲେ ହାରିସ୍‌ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାରତୀୟ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ହେବେ। ନଭେମ୍ବର ନିର୍ବାଚନରେ ସେ ବିଜୟୀ ହେଲେ ପ୍ରଥମ ମହିଳା ଏବଂ ଅଣଶ୍ୱେତାଙ୍ଗ ରାଷ୍ଟ୍ରପତି ହେବାର ଗୌରବ ଲାଭ କରିବେ।

Powered by Froala Editor

Tags Kamla haris

Related articles Odisha News Lens 4.1

  • ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି
    ଦେଶ-ଦେଶାନ୍ତର

    ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି

    14380
    Jun 16, 2026
  •  ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ
    ଦେଶ-ଦେଶାନ୍ତର

    ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ

    15278
    Jun 16, 2026
  • NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?

    14496
    Jun 16, 2026
  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା
    ଦେଶ-ଦେଶାନ୍ତର

    ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା

    15016
    Jun 16, 2026
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା
    ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14112
    Jun 15, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....
    ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14542
    Jun 16, 2026
  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' :  ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ
    ମନୋରଞ୍ଜନ

    'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ

    14493
    Jun 16, 2026
  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍
    ଦେଶ-ଦେଶାନ୍ତର

    NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍

    14750
    Jun 16, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ
    ବାଣିଜ୍ୟ

    ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13367
    Jun 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13367
    Jun 16, 2026
  • ମନୋରଞ୍ଜନ

    'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ପରଲୋକ

    14674
    Jun 16, 2026
  • ଦେଶ-ଦେଶାନ୍ତର

    NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର, ଜାଣନ୍ତୁ କ’ଣ ?

    14496
    Jun 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16929
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17546
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17595
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17989
    Sep 06, 2023

ବିଶେଷ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14542
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14248
    Jun 15, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    15034
    Jun 13, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13636
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15519
    Jun 09, 2026

ବାଣିଜ୍ୟ

ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଅଳଙ୍କାର ବ୍ରାଣ୍ଡ୍ ତଥା ନଅ ଦଶନ୍ଧିର ବିଶ୍ୱାସର ସଂସ୍କୃତି ସହିତ ଜଡ଼ିତ ଖିମଜୀ ଜୁଏଲର୍ସ ପକ୍ଷରୁ ତିନି-ଦିନିଆ ରଜ ମଉଜ ପାଳନ କରାଯାଇଛି । ଏଥି ସହିତ ଏହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ...

  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14855
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15469
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15217
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15699
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ପରଲୋକ

    14674
    Jun 16, 2026
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14112
    Jun 15, 2026
  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା

    15016
    Jun 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In