Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ ...

  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ...

  • ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ...

  • ରାଷ୍ଟ୍ରପତି ଭବନ ଉପରେ ହୁତି ...

  • ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ...

  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, ...

  • ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ...

  • ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ...

  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ...

ବାଣିଜ୍ୟ
Home ›› ବାଣିଜ୍ୟ ››ବେଦାନ୍ତ କର୍ମଚାରୀଙ୍କ ପୁରୁଣା ପେଟ୍ରୋଲ ବାଇକ୍‌କୁ ଇ-ବାଇକ୍‌ରେ ପରିଣତ କରାଗଲା

ବେଦାନ୍ତ କର୍ମଚାରୀଙ୍କ ପୁରୁଣା ପେଟ୍ରୋଲ ବାଇକ୍‌କୁ ଇ-ବାଇକ୍‌ରେ ପରିଣତ କରାଗଲା

2021-06-24 10:42:34
27809
Share:
Facebook
Twitter
E-Mail
WhatsApp
Telegram
ବେଦାନ୍ତ କର୍ମଚାରୀଙ୍କ ପୁରୁଣା ପେଟ୍ରୋଲ ବାଇକ୍‌କୁ ଇ-ବାଇକ୍‌ରେ ପରିଣତ କରାଗଲା

ଭୁବନେଶ୍ୱର : ଭାରତର ଅଗ୍ରଣୀ ଆଲୁମିନିମୟ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତକାରୀ ବେଦାନ୍ତର ଓଡ଼ିଶାର ଝାରସୁଗୁଡ଼ା ପ୍ଲାଂଟ୍ ପକ୍ଷରୁ ଇନ୍‌ହାଉସ୍ ଇଞ୍ଜିନିୟରିଂ ଏବଂ ନବୀକରଣ ଦକ୍ଷତା ଅନ୍ତର୍ଗତ କର୍ମଚାରୀଙ୍କ ପୁରୁଣା ପେଟ୍ରୋଲ ବାଇକ୍‌କୁ ଇ-ବାଇକ୍‌ରେ ପରିଣତ କରାଯାଇଛି । କାର୍ବନ ନିର୍ଗମନ ହ୍ରାସ କରାଇବା ପ୍ରତିଶ୍ରୁତିବଦ୍ଧତାକୁ ପୂରଣ କରିବା ଲାଗି ପୁରୁଣା ବାଇକ୍‌ରେ ଲିଥିୟମ୍ ଆୟନ ବ୍ୟାଟେରୀ ଲଗାଯାଇ ସମ୍ପୂର୍ଣ୍ଣ ପ୍ରଦୂଷଣମୂକ୍ତ ଯାନରେ ପରିଣତ କରାଯାଇଛି ।


ବେଦାନ୍ତର ଭେହିକିଲ୍ ମେଂଟେନାନ୍ସ୍ ଟିମ୍ ପକ୍ଷରୁ ପୁରୁଣା ବାଇକ୍‌ର ଇଞ୍ଜିନ୍ ଏବଂ ଗିୟରବକ୍ସ୍ ସ୍ଥାନରେ ବ୍ରୁସ୍‌ଲେସ୍  ଡିସି ୭୫୦-ୱାଟ୍ ମୋଟର ସହିତ ଫ୍ରିହ୍ୱିଲ୍ ଏବଂ ଚେନ୍ ସ୍ପ୍ରୋକେଟ୍ ଲଗାଯାଇଛି । ମୋଟରରେ ବାଇକ୍‌ର ପଛ ଚକାକୁ ଘୁରାଇବା ଲାଗି ୪୮ ଭୋଲ୍ଟ-୨୯ ଆମ୍ପିଅର ଲିଥିୟମ୍ ଆୟନ ବ୍ୟାଟେରୀ ଲଗାଯାଇଛି । ଏହାଦ୍ୱାରା ବେଦାନ୍ତ ପକ୍ଷରୁ ରିଡ୍ୟୁସ୍‌, ରିୟୁଜ୍ ଏବଂ ରିସାଇକିଲ୍ ଆଦି ଥ୍ରୀ-ଆର୍ ସହିତ ବର୍ଜ୍ୟ ପରିଚାଳନା କାର୍ଯ୍ୟକୁ ପ୍ରୋତ୍ସାହିତ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି ଇ-ବାଇକ୍‌ର ରକ୍ଷାଣବେକ୍ଷଣ କମ୍ ଏବଂ ଏହାଦ୍ୱାରା କୌଣସି ପ୍ରଦୂଷଣ ସୃଷ୍ଟି ହୋଇ ନ ଥାଏ ।


ଏହି ଅବସରରେ ଝାରସୁଗୁଡ଼ା ବେଦାନ୍ତ ଲିଃ.ର ସିଇଓ ସି.ଏନ୍‌. ସିଂ କହିଲେ, ବେଦାନ୍ତ ଶ୍ରେଷ୍ଠତମ ଗ୍ରୀନ୍ ମାନ୍ୟୁଫାଚରିଂ ପ୍ରାକ୍ଟିସ୍ ବିଶ୍ୱସ୍ତରୀୟ ଜ୍ଞାନକୌଶଳ ବିଶେଷଜ୍ଞଙ୍କ ମିଳିତ ସହଯୋଗରେ ଜିରୋ ହାର୍ମ, ଜିରୋ ୱେଷ୍ଟ୍ ଏବଂ ଜିରୋ ଡିସ୍‌ଚାର୍ଜ ଆଦି ଜାରି ରଖିଛି ।  ଆଧୁନିକ ଜ୍ଞାନକୌଶଳ ଆଧାରରେ କମ୍ପାନୀ ବହୁବିଧ ନବୀକରଣ କାର୍ଯ୍ୟ ମାଧ୍ୟମରେ ୱେଷ୍ଟ୍‌-ଟୁ-ୱେଲଥ୍ ସମ୍ପନ୍ନ କରୁଛି । ଏଥିରେ କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି ।  ସ୍ୱଦେଶୀ ଜ୍ଞାନକୌଶଳ ଆଧାରରେ ଦୀର୍ଘସ୍ଥାୟୀ ସମାଧାନ ଉପଲବ୍ଧ କରାଯାଉଛି । ଗ୍ରୀନ୍ ଇନୋଭେଶନ ଦ୍ୱାରା ସମ୍ପଦର ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଉଛି । ଆମର ଇଞ୍ଜିନିୟର ପୁରୁଣା ପେଟ୍ରୋଲ ବାଇକ୍‌କୁ ଇ-ବାଇକ୍‌ରେ ପରିଣତ କରି ଏକ ନୂତନ ବିକଳ୍ପ ସୃଷ୍ଟି କରିପାରିଛନ୍ତି ।


ଏ ସମ୍ପର୍କରେ ବେଦାନ୍ତର ଲଜିଷ୍ଟି୍ ପାର୍ଟନର୍ ୟୁନିଲିଫ୍ଟ୍ କାର୍ଗୋ ସିଷ୍ଟମ୍ ପ୍ରା. ଲିଃ.ର ସାଇଟ୍ ଇନଚାର୍ଜ ପ୍ରଜ୍ଞାନ ରାଜ୍ ଦାସ କହିଲେ, ବେଦାନ୍ତ ଏହାର ପରିଚାଳନାରେ ଗ୍ରୀନ୍ ପ୍ରୟାସକୁ ନିରନ୍ତର ଗୁରୁତ୍ୱ ଦେଉଥିବାରୁ ଆମେ ବେଶ୍ ଉତ୍ସାହିତ । ଏଥିରେ ଜ୍ଞାନକୌଶଳର ଉପଯୋଗ, ପ୍ରୋଜେକ୍ଟ ଇନୋଭେଶନ ଏବଂ ପ୍ରୋସେସ୍ ଅପ୍‌ଗ୍ରେଡ୍‌କୁ  ଗ୍ରହଣ କରାଯାଉଛି । ଏହା କମ୍ପାନୀର ଶ୍ରେଷ୍ଠ ଏବଂ ଦୀର୍ଘସ୍ଥାୟୀ ଭବିଷ୍ୟତ ପ୍ରତିଶୁତିବଦ୍ଧତାକୁ ରୁଦ୍ଧିମନ୍ତ କରୁଛି ।


ୱେଷ୍ଟ୍‌-ଟୁ-ୱେଲଥ୍  ବେଦାନ୍ତର ବର୍ଜ୍ୟ ପରିଚାଳନା ସିଦ୍ଧାନ୍ତ ଉପରେ ପର୍ଯ୍ୟବେସିତ । କମ୍ପାନୀ ପକ୍ଷରୁ ଷ୍ଟିଲ୍ ଇଣ୍ଡଷ୍ଟ୍ରି ପାଇଁ ଡ୍ରୋସ୍‌ରୁ ରେମାଂଟ୍ ଡ୍ରୋସ୍ ମାଧ୍ୟମରେ ଆଲୁମିନିୟମ୍ ପ୍ରସ୍ତୁତ କରିବା ଲାଗି ରୁନାୟା ଏଲ୍‌ଏଲ୍‌ସି ସହିତ ଅଂଶୀଦାର ଭାବେ କାର୍ଯ୍ୟ କରାଯାଉଛି । ଫଳରେ ଡ୍ରୋସ୍‌ର ୧୦୦ ପ୍ରତିଶତ ବ୍ୟବହାର କରାଯାଇ ପାରୁଛି । ସେହିପରି ୧୦୦ ପ୍ରତିଶତ ଫ୍ଲାଏ ଆଶ୍‌କୁ  ସିମେଂଟ୍ ପ୍ରସ୍ତୁତି, ଖଣିର ବ୍ୟାକ୍‌ଫିଲ୍ ଆଦି ବହୁବିଧ କାର୍ଯ୍ୟରେ ବ୍ୟବହାର କରାଯାଉଛି ।


ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଫ୍ଲାଏ ଆଶ୍‌ରୁ ଇଟା ପ୍ରସ୍ତୁତି ପାଇଁ ସ୍ଥାନୀୟ ମାଇକ୍ରୋ-ଏଂଟ୍ରପ୍ରାଇଜ୍ ସହିତ ମିଳିତ ଭାବେ କାର୍ଯ୍ୟ କରାଯାଉଛି । କମ୍ପାନୀର ପ୍ଲାଂଟ୍ ଅଂଚଳରେ ଶହେରୁ ଅଧିକ ଇଟା ତିଆରି ଏମ୍‌ଏସ୍‌ଏମ୍‌ଇ ସ୍ଥାପିତ ହୋଇଛି । ବାର୍ଷିକ ୫ ଲକ୍ଷ ମେଟ୍ରିକ୍ ଟନ୍ ଫ୍ଲାଏ ଆଶ୍ ଇଟା ତିଆରି ଉଦ୍ୟୋଗ ନିକଟରେ ପହଂଚାଇ ଦିଆଯାଉଛି । ଇଟାର ବ୍ୟବହାର କିଭଳି କରାଯିବ ସେନେଇ କମ୍ପାନୀ ପକ୍ଷରୁ ଟେକ୍ନିକାଲ ଇନଷ୍ଟିଚ୍ୟୁଟ୍ ସହିତ ମିଳିତ ଭାବେ କାର୍ଯ୍ୟ କରାଯାଇ ବହୁବିଧ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ସହିତ ଆର୍ଥିକ ବିକାଶ ସମ୍ଭବ ହୋଇପାରିଛି । ଗ୍ରାମୀଣ ଅଂଚଳରେ ଗାଈଗୋରୁ ପାଳନ, କୃଷି, ପ୍ରବାସୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଲୋକଙ୍କ ଆର୍ଥିକ ବିକାଶ ଏହାଦ୍ୱାରା ସମ୍ପନ୍ନ ହୋଇପାରୁଛି ।


ବେଦାନ୍ତ ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ । ଏହାର ବିଶ୍ୱସ୍ତରୀୟ ୧.୬ ଏମ୍‌ଟିପିଏ ଆଲୁମିନିୟମ୍ ସ୍ମେଲଟର ଏବଂ ୩୬୧୫ ଥର୍ମାଲ୍ ପାୱାର ଜେନେରେଶନ୍ ସୁବିଧା ଓଡ଼ିଶାର ଝାରସୁଗୁଡ଼ାଠାରେ ରହିଛି । ବିଶ୍ୱସ୍ତରରେ ଭାରତର ଏହା ଏକମାତ୍ର ୧ ନିୟୁତ ଟନ୍ ଉତ୍ପାଦନକାରୀ କରି ରପ୍ତାନୀ କ୍ଲବ୍‌ରେ ସ୍ଥାନୀତ ହୋଇଛି । ବେଦାନ୍ତର ଝାରସୁଗୁଡ଼ା ପ୍ଲାଂଟ୍ ମୂଲ୍ୟଯୁକ୍ତ  ଆଲୁମିନିୟମ୍ ଉତ୍ପାଦ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଶ୍ରେଷ୍ଠତମ ଜ୍ଞାନକୌଶଳ, ଯୋଗ୍ୟ ଏବଂ ବହୁବିଧ କାର୍ଯ୍ୟ କରିପାରୁଥିବା କର୍ମଚାରୀଙ୍କ ମାଧ୍ୟମରେ କମ୍ପାନୀ ଦୀର୍ଘସ୍ଥାୟୀ ସବୁଜ ଭବିଷ୍ୟତ ଗଠନରେ ଆଲୁମିନିୟମ୍‌ର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥାଏ ।


Powered by Froala Editor

Tags vedanta

Related articles Odisha News Lens 4.1

  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....
    ବିଶେଷ

    କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    14769
    Oct 16, 2026
  •  ଇମ୍ରାନ ଖାନଙ୍କୁ  ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ

    14627
    Oct 15, 2026
  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ...
    ବାଣିଜ୍ୟ

    କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ...

    14287
    Oct 15, 2026
  • ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ଦିଲ୍ଲୀକୁ ଭାରତ-ପାକିସ୍ତାନ ସୀମାରେ ପରିଣତ ...
    ଦେଶ-ଦେଶାନ୍ତର

    ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ଦିଲ୍ଲୀକୁ ଭାରତ-ପାକିସ୍ତାନ ସୀମାରେ ପରିଣତ ...

    13795
    Oct 16, 2026
  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା
    ଅପରାଧ

    ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା

    13730
    Oct 16, 2026
  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି
    ଦେଶ-ଦେଶାନ୍ତର

    ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି

    13807
    Oct 15, 2026
  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ ...
    ବାଣିଜ୍ୟ

    ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ ...

    13889
    Oct 16, 2026
  • ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ରେସ୍ତୋରାଁ, ଲକ୍ଷେ ଟଙ୍କାର ଜରିମାନା
    ଦେଶ-ଦେଶାନ୍ତର

    ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ରେସ୍ତୋରାଁ, ଲକ୍ଷେ ଟଙ୍କାର ଜରିମାନା

    13511
    Oct 16, 2026
  •  ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ...
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ...

    15457
    Oct 15, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ...

    14287
    Oct 15, 2026
  • ବିଶେଷ

    କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    14769
    Oct 16, 2026
  • ଦେଶ-ଦେଶାନ୍ତର

    ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି

    13807
    Oct 15, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17185
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17879
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17829
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18250
    Sep 06, 2023

ବିଶେଷ

  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    14769
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14622
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14728
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15730
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14404
    Sep 27, 2026

ବାଣିଜ୍ୟ

ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

କଳାହାଣ୍ଡିରେ ୩୩୮ଟି ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଉଛି ପ୍ରକଳ୍ପ ସଙ୍ଗମ

ଭୁବନେଶ୍ୱର;୧୬, ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14287
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13980
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15102
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15809
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    14769
    Oct 16, 2026
  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14287
    Oct 15, 2026
  • ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ରେସ୍ତୋରାଁ, ଲକ୍ଷେ ଟଙ୍କାର ଜରିମାନା

    13511
    Oct 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In