ନାବାଳିକା ବଳାତ୍କାର ମାମଲା, ବୃଦ୍ଧକୁ ୨୦ ବର୍ଷ ଜେଲ୍
ସମ୍ବଲପୁର ଅଇଁଠାପାଲି ଥାନାଞ୍ଚଳର ଜଣେ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ସମ୍ବଲପୁର ସ୍ୱତନ୍ତ୍ର ପୋକ୍ସୋ ଫାଷ୍ଟଟ୍ରାକ୍ କୋର୍ଟ ଅଭିଯୁକ୍ତ ଦୁର୍ଯ୍ୟୋଧନ ଲୁହା ଓରଫ୍ ବାଟି (୬୪)କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ ଦିଆଯାଇଛି । ଜରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ ଜେଲ୍ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି ।
୨୦୨୨ ମେ’ ୧୧ର ଘଟଣା । ରେମେଡ ଗାଁ ହରିଜନପଡ଼ାର ନାବାଳିକାଙ୍କ ମା’ କାମ କରିବାକୁ ଯାଇଥିଲେ । ନାବାଳିକା ଜଣକ ଏକାକୀ ଥିବା ସୁଯୋଗରେ ଦୁର୍ଯ୍ୟୋଧନ ଘରେ ପଶି ତାଙ୍କୁ ବଳାତ୍କାର କରିଥିଲା । ପୀଡ଼ିତାଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଘରେ ପହଞ୍ôଚ ପରେ ସବୁ କଥା ଜାଣିବା ପରେ ନାବାଳିକାଙ୍କ ମା’ଙ୍କ ସମେତ ସ୍ଥାନୀୟ ଲୋକ ଅଭିଯୁକ୍ତ ନାଁରେ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ବଳାତ୍କାର ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଅଭିଯୁକ୍ତ ଦୁର୍ଯ୍ୟୋଧନକୁ ଗିରଫ କରିବା ସହ ଚାର୍ଜସିଟ୍ ଦାଖଲ କରିଥିଲା । ୨୫ଜଣଙ୍କ ସାକ୍ଷ୍ୟପ୍ରମାଣ ଏବଂ ସମସ୍ତ ଦସ୍ତାବିଜ୍କୁ ଆଧାର କରି ସମ୍ବଲପୁର ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟ ବିଚାରପତି ଅଭିଳାଷ ସେନାପତି ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।
Powered by Froala Editor