କାଳିଆ ସାଆନ୍ତେଙ୍କ ବାହୁଡା ପହଣ୍ଡି ଆରମ୍ଭ
ପୁରୀ: ଆଜି ବିଶ୍ବନିଅନ୍ତାଙ୍କ ବାହୁଡା ଯାତ୍ରା । ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀରେ ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଶ୍ରୀବିଗ୍ରହ । ରଥ ପଥ ସବୁ ପ୍ରସ୍ତୁତ । ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାରରେ ଦାରୁବ୍ରହ୍ମଙ୍କ ଅପେକ୍ଷାରେ ରହିଛନ୍ତି ତିନିରଥ। ଶ୍ରୀବିଗ୍ରହ ଆଡପମଣ୍ଡପରୁ ଧାଡି ପହଣ୍ଡିରେ ଆସି ରଥରେ ବିଜେ କରିବେ । ବାହୁଡା ଯାତ୍ରା ଅବସରରେ ଗୁଣ୍ଡିଚା ମନ୍ଦିରକୁ ରଙ୍ଗ ବେରଙ୍ଗ ଫୁଲରେ ସାଜସଜ୍ଜା କରାଯାଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନାଇ ବସିଛନ୍ତି ଭକ୍ତ ଗଣ । ଆଜି ଜନସମୁଦ୍ର ପାଲଟିବ ପୁରୀ ସହର । ଆରମ୍ଭ ହେଲା କାଳିଆ ସାଆନ୍ତେଙ୍କ ବାହୁଡା ପହଣ୍ଡି । ଚକ୍ରରାଜ ସୁଦର୍ଶନ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପରେ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଛି । ଝୁଲି ଝୁଲି ଧାଡି ପହଣ୍ଡିରେ ଆସୁଛି କାଳିଆ । ବାଙ୍କ ଚାହାଣିରେ ଭକ୍ତଙ୍କୁ ଦେଖୁଛି । ଜଗାକୁ ଦେଖି ଆତ୍ମବିଭୋର ଭକ୍ତ ।
Powered by Froala Editor