ରବିବାର ଅପରାହ୍ନ ୫ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ରବିବାର ଅପରାହ୍ନ ୫ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ବାହୁଡ଼ା ଯାତ୍ରା ପ୍ରସ୍ତୁତି ଲାଗି ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଏନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ ଆରମ୍ଭ ହୋଇଯାଇଛି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି । ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇଛି । ଏହାସହ ମହାପ୍ରଭୁଙ୍କ ବାହୁଡ଼ା ପ୍ରସ୍ତୁତିର ଆରମ୍ଭ ହୋଇଛି । ଘୋଷଯାତ୍ରାର ଷଷ୍ଠ ଦିନରେ ଗୁଣ୍ଡିଚା ମନ୍ଦିରରୁ ଥାଇ ମହାପ୍ରଭୁ ତିନି ରଥକୁ ଆଜ୍ଞାମାଳ ପଠାଇଥିଲେ । ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥ ପାଖରେ ପହଞ୍ଚିବା ପରେ ନୀତିକାନ୍ତି ଶେଷ ହୋଇଥିଲା । ଏହାପରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇଛି ।
Powered by Froala Editor