ଏନ୍ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍ର ମାଷ୍ଟରମାଇଣ୍ଡ ରକି ଗିରଫ
ଏନ୍ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍ର କିଙ୍ଗ୍ପିନ୍ଙ୍କୁ ସିବିଆଇ ପାଟନା ନିକଟରୁ ଗିରଫ କରିଛି। ବିହାରର ବିଭିନ୍ନ ସ୍ଥାନରେ ଛାପା ମାରି ପାଟନାରୁ ମୁଖ୍ୟ ଅଭିଯୁକ୍ତ ରାକେଶ ରଞ୍ଜନ ଓରଫ୍ ରକିକୁ ଗିରଫ କରିଛି। ନାଳନ୍ଦାର ରାକେଶ ରଞ୍ଜନ ଓରଫ ରକି ପ୍ରଶ୍ନପତ୍ର ଲିକ୍ ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ସିବିଆଇ ତାଙ୍କୁ ଗୁରୁବାର ପାଟନାର ସ୍ବତନ୍ତ୍ର ଅଦାଲତରେ ହାଜର କରାଇବା ପରେ ୧୦ ଦିନ ପାଇଁ ହାଜତକୁ ନେଇଛି।
ରିକି ସିବିଆଇ ରାଡାରରୁ ଖସିଯିବା ପାଇଁ ବାରମ୍ବାର ନିଜର ରହଣି ବଦଳାଉଥିଲା। ସିବିଆଇ ତଦନ୍ତ ଦାୟିତ୍ୱ ନେବାଠାରୁ ତାଙ୍କ ପଛରେ ପଡ଼ିଥିଲା। ଟେକ୍ନିକାଲ ସର୍ଭିଲାନ୍ସ ସହାୟତାରେ ତଦନ୍ତକାରୀ ଅଧିକାରୀମାନେ ପ୍ରକୃତ ଅବସ୍ଥିତି ପାଇବା ପରେ ଗୁରୁବାର ଭୋର ସମୟରେ ଗିରଫ କରିଥିଲେ।
ସେପଟେ ସିବିଆଇ ସୁପ୍ରିମକୋର୍ଟରେ ଯାଞ୍ଚ ରିପୋର୍ଟ ଦାଖଲ କରିଛି। NEET-UG ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷାରେ ଜାଲିଆତିକୁ ନେଇ କରିଥିବା ତଦନ୍ତ ରିପୋର୍ଟକୁ ସୁପ୍ରିମକୋର୍ଟରେ ଦାଖଲ କରିଛି। ଜୁଲାଇ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।
Powered by Froala Editor