କଠୁଆରେ ଆତଙ୍କବାଦୀ ଆକ୍ରମଣ : ୪ ଯବାନ ସହିଦ
ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୪ ଯବାନ ସହିଦ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା ଜଣାଯାଇଛି । ସେନା ଗାଡ଼ିରେ ଯବାନମାନେ ମାଛେଡି-କାଣ୍ଡଲି-ମଲହାର ରୋଡରେ ରୁଟିନ ପ୍ୟାଟ୍ରୋଲିଂ କରୁଥିଲେ। ଏହି ସମୟରେ ନିକଟସ୍ଥ ପାହାଡ଼ ଉପରେ ରହି ଏକାଧିକ ଆତଙ୍କବାଦୀ ଗାଡ଼ି ଉପରକୁ ଗୁଳି ଓ ଗ୍ରେନେଡ ମାଡ଼ କରିଥିଲେ। ଏଥିରେ ପ୍ରଥମେ ୧୦ ଜଣ ଯବାନ ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ୪ ଜଣ ମୃତ୍ୟୁ ହୋଇଛି।
ସେନା ପକ୍ଷରୁ ଏହାର ଜବାବ ଦିଆଯାଇଥିଲା । କିନ୍ତୁ ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲ ମଧ୍ୟଦେଇ ଫେରାର ହୋଇଯାଇଥିଲେ । ତେବେ ସଂପୃକ୍ତ ଅଂଚଳରେ ସେନା ଓ ପାରାମିଲିଟାରୀ ଫୋର୍ସର ମିଳିତ କମ୍ବିଂ ଅପରେସନ ଜାରି ରହିଛି । ଜମ୍ମୁ-କଶ୍ମୀରରେ ଦ୍ୱିତୀୟ ଥର ପାଇଁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଶନିବାର ରାତିରୁ ଜମ୍ମୁ-କଶ୍ମୀରର କୁଲଗାମରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ରବିବାର ସକାଳେ ଯାଏ ଚାଲିଥିବା ଏହି ଏନକାଉଣ୍ଟରେ ୬ ଜଣ ଆତଙ୍କୀ ନିହତ ହୋଇଥିଲେ।
Powered by Froala Editor