ପିଲାଙ୍କ ସହିତ ଏପରି ଆଚରଣ କରନ୍ତୁ ନାହିଁ, ନଚେତ୍ ସେମାନେ ଭୁଲ ବାଟକୁ ଯାଇପାରନ୍ତି
ସନ୍ତାନ ଜନ୍ମ ପରେ ଶିଶୁକୁ ବଡ କରିବା ପିତାମାତାଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଥାଏ । ଅନେକ ନିଜେ ଯେଉଁ ଭଳି ଭାବରେ ବଢିଥିଲେ ନିଜ ପିଲାଙ୍କୁ ସେହିଭଳି ବଢାନ୍ତି କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍ ଅଟେ । କାରଣ ସମାଜରେ ଅନେକ ପରିବର୍ତ୍ତନ ଆସିଛି । ସେଥିପାଇଁ କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ଯେମିତିକି ପିଲାଟି କିଛି ଭୁଲ୍ କଲେ ତାକୁ ଅତ୍ୟଧିକ ଗାଳି କରିବା ଉଚିତ୍ ନୁହେଁ । ଏହାଦ୍ୱାରା ପିଲାଟି ଉପରେ ନକରାତ୍ମକ ପ୍ରଭାବ ପଡିଥାଏ ଓ ଅନେକ ପିତାମାତା ପିଲାଟିକୁ ଅନ୍ୟମାନଙ୍କ ସାମ୍ନାରେ ଗାଳି ଦିଅନ୍ତି, ଏହା ଦ୍ୱରା ପିଲାମାନଙ୍କ ଉପରେ ଅନେକ ଖରାପ ପ୍ରଭାବ ପଡିଥାଏ । ପିଲାମାନଙ୍କୁ କୌଣସି ରାଣ ନିୟମ ପକାନ୍ତୁ ନାହିଁ । କେବଳ ସେମାନଙ୍କୁ ନିଜର ସୀମା ବୁଝାଇ ଦିଅନ୍ତୁ । ପିଲାମାନଙ୍କୁ କେବେ ଅନ୍ୟ ସହ ତୁଳନା କରନ୍ତୁ ନାହିଁ, ଅନେକ ପିତାମାତା ଅନ୍ୟ ପିଲାମାନଙ୍କୁ ବହୁତ ପ୍ରଶଂସା କରିଥାନ୍ତି । ଏହା କରିବା ଦ୍ୱାରା ପିଲାର ମନ ଉପରେ ଖରାପ ପ୍ରଭାବ ପଡିବା ସହିତ ତାର ଆତ୍ମବିଶ୍ୱାସ ଭାଙ୍ଗି ଯାଇଥାଏ । ଏହା ସହିତ ଶିଶୁର ଭାବନାକୁ କେବେ ଅଣଦେଖା କରନ୍ତୁ ନାହିଁ । ପିତାମାତା ମାନେ ନିଜ ବ୍ୟସ୍ତ ବହୁଳ କାର୍ଯ୍ୟରୁ ସମୟ ବାହାର କରି ସେମାନଙ୍କ ପିଲାଙ୍କ ସହ କଥା ହେବା ଉଚିତ୍ ଓ ତାଙ୍କ ଭାବନାକୁ ସମ୍ମାନ ଦେବା ଉଚିତ୍ । ଯଦି ଆପଣ ଏପରି ନକରନ୍ତି ତେବେ ପିଲାମାନେ ଉଦାସିନତା, ଭାବପ୍ରବଣ, ଶାରୀରିକ ନିର୍ଯାତନା ଭିତରକୁ ଗତି କରନ୍ତି । ଏହ ଦ୍ୱାରା ପିଲାମାନେ ନିଜକୁ ଏକୁଟିଆ ଭାବିଥାନ୍ତି । ତେଣୁ ପିତାମାତା ମାନେ ଏହି ସବୁ ବିଷୟରେ ଧ୍ୟାନ ଦେବା ନିହାତି ଆବଶ୍ୟକ ।
Powered by Froala Editor