ଉପାୟ ଜାଣନ୍ତୁ, ଥକ୍କାପଣକୁ କରନ୍ତୁ ବାଏ ବାଏ
ପ୍ରତ୍ୟେକ ପରିବାରରେ କାମର ଚାପ ମହିଳାଙ୍କ ଉପରେ ଅଧିକ ପଡେ଼ । କାମ କରି ଶୀଘ୍ର ଥକ୍କା ଲାଗେ, ସେଥିପାଇଁ ମହିଳାମାନେ ନିଜ ଖାଦ୍ୟପାନୀୟ ପ୍ରତି ସତର୍କ ରହିବା ଜରୁରୀ । ଖାଦ୍ୟ ତାଲିକାରେ ଏସବୁ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ପ୍ରତିଦିନ ସକାଳ ଜଳଖିଆରେ ଗୋଟିଏ ଅଁଳା ଖାଇବା ଭଲ । ୩୦ ପାର ହେବା ପରେ ଅଁଳା ଗୁଣ୍ଡ ନଚେତ ଅଁଳା ଫଳ ଖାଇବା କେଶ ଘନତ୍ୱ ବଢ଼ାଇବାରେ ସାହାଯ୍ୟ କରିବା ସହ ଶରୀରକୁ ଶକ୍ତି ଯୋଗାଏ । ଅଁଳା ଫଳ ଖାଇଲେ ବାରମ୍ବାର ଥକ୍କା ଲାଗିନଥାଏ । ବିଶେଷଜ୍ଞ ଦଳ ମଧ୍ୟ ଏହା ପ୍ରମାଣିତ କରିଛନ୍ତି । ସାମାନ୍ୟ କାମ କରି ଥକ୍କା ଲାଗିଲେ, ସଜନା ଶାଗର କୌଣସି ଏକ ବ୍ୟଞ୍ଜନ ନିୟମିତ ନିଜ ଡାଏଟରେ ସାମିଲ କରନ୍ତୁ । ସଜନା ଶାଗ ଭଜା କିମ୍ବା ଆଳୁରେ ସଜନା ପତ୍ର ମିଶାଇ ନଚେତ ଅଟା ଚକଟାରେ ସଜନା ପତ୍ର ବଟା ମିଶାଇ ରୁଟି ତିଆରି କରି ମଧ୍ୟ ଖାଇପାରିବେ । ସପ୍ତାହରେ ୨-୩ ଥର ସଜନା ଶାଗ ଭଜା ଖାଇବା ଉଚିତ ।
Powered by Froala Editor