ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ହେବନାହିଁ ରଥଯାତ୍ରା :ଓଡ଼ିଶା ହାଇକୋର୍ଟ
ଭୁବନେଶ୍ୱର: ଚଳିତ ବର୍ଷ ପୁରୀ ବ୍ୟତୀତ ଅନ୍ୟ କେଉଁଠାରେ ରଥଯାତ୍ରାକୁ ଅନୁମତି ଦେବା ପ୍ରସଙ୍ଗରେ ଏ ସମ୍ପର୍କିତ ନିଷ୍ପତ୍ତିକୁ ଓଡ଼ିଶା ହାଇକୋର୍ଟ କାଏମ ରଖିଛନ୍ତି। ରାଜ୍ୟ ସରକାରଙ୍କ ଏ ସମ୍ପର୍କିତ ନିଷ୍ପତ୍ତିରେ ଓଡିଶା ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ପାଇଁ ଆବେଦନ ପ୍ରସଙ୍ଗ ଉପରେ ଉପରେ ଆଜି ଶୁଣାଣି ହୋଇଛି। ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ଏ ସମ୍ପର୍କୀତ ସରକାରୀ ନିର୍ଦ୍ଦେଶନାମାରେ ହସ୍ତକ୍ଷେପ ପାଇଁ ମନା କରିଛନ୍ତି। କେନ୍ଦ୍ରାପଡା ଓ ଭଟଲୀରେ ରଥଯାତ୍ରା ପାଇଁ ୫ଟି ମାମାଲା ହୋଇଥିଲା। କେନ୍ଦ୍ରାପଡା ପାଇଁ ୪ଟି ଓ ଭଟଲୀ ପାଇଁ ଗୋଟିଏ ମାମଲା ହୋଇଥିଲା। ହସ୍ତକ୍ଷେପ ପାଇଁ ମନା ସହ ୫ଟି ମାମଲାର ହାଇକୋର୍ଟ ଅନ୍ତ ଘଟାଇଛନ୍ତି। ମାମଲା ଦାୟର କରିଥିବା ଓକିଲ ଏନେଇ କୌଣସି ସୂଚନା ପାଇନାହାନ୍ତି ବୋଲି ଜଣାଇବା ସହ ସୁପ୍ରିମକୋର୍ଟରେ ଅପିଲ କରିବା ପାଇଁ କହିଥିବା ନେଇ ସୂଚନା ମିଳିଛି।
କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ କେବଳ ପୁରୀରେ ରଥଯାତ୍ରା ପାଳନ ପାଇଁ ଅନୁମତି ପ୍ରଦାନ କରିଛନ୍ତି।
Powered by Froala Editor