ଝିଅ ବାହାଘର ପରେ ଶତ୍ରୁଘ୍ନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଲା
ସୋନାକ୍ଷୀ ସିହ୍ନା ଜହିର ଇକବାଲଙ୍କୁ ବିବାହ କରିଛନ୍ତି। ଏହାକୁ ନେଇ ଶୁଭେଚ୍ଛା ଏବଂ ଉତ୍ସବର ବାତାବରଣ ଜାରି ରହିଥିବା ବେଳେ ଏବେ ଏକ ଖରାପ ଖବର ସାମ୍ନାକୁ ଆସିଛି। ସୋନାକ୍ଷୀଙ୍କ ବାପା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନା ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ରିପୋର୍ଟ ମୁତାବକ, ଶତ୍ରୁଘ୍ନ ସିହ୍ନା ତାଙ୍କ ଘରର ଡାଇନିଂ ହଲରେ ପଡ଼ିଯିବାରୁ ଶରୀରରେ ଆଘାତ ଲାଗିଥିଲା। ଏହାପରେ ତାଙ୍କୁ ଘରେ କିଛି ଚିକିତ୍ସା ଦିଆଯାଇଥିଲା। ଏଥିରେ ଯନ୍ତ୍ରଣା ନକମିବାରୁ ଶତ୍ରୁଘ୍ନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା। ସଙ୍ଗେସଙ୍ଗେ ଡାକ୍ତର ଚିକିତ୍ସା ଆରମ୍ଭ କରିଦେଇଥିଲେ। ବାପାଙ୍କୁ ଦେଖିବା ପାଇଁ ତାଙ୍କ ସ୍ବାସ୍ଥ୍ୟାବସ୍ଥା କଥା ବୁଝିବା ପାଇଁ ସୋନାକ୍ଷୀ ତାଙ୍କ ସ୍ବାମୀ ଜହିର ଇକବାଲଙ୍କ ସହିତ ହସ୍ପିଟାଲରେ ପହଞ୍ଚିଥିଲେ।
ଡାକ୍ତର ଶତ୍ରୁଘ୍ନଙ୍କ ସମସ୍ତ ଜରୁରୀ ପରୀକ୍ଷା କରାଇ ନେଇଛନ୍ତି। ଶତ୍ରୁଘ୍ନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ନିଜର ରୁଟିନ୍ ଚେକ୍ଅପ୍ ପାଇଁ ଯାଇଥିଲେ। ପୂର୍ବରୁ ମଧ୍ୟ ଝିଅଙ୍କ ବିବାହରେ ଶତ୍ରୁଘ୍ନ ଖୁସି ନାହାନ୍ତି ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ପରେ ତାହା ଭୁଲ ବୋଲି ଜଣାପଡ଼ିଥିଲା।
Powered by Froala Editor