ଦେବେଗୌଡ଼ାଙ୍କୁ ତଳ କୋର୍ଟର ଦଣ୍ଡ, ଦେବେ ୨ କୋଟି କ୍ଷତିପୂରଣ
ବେଙ୍ଗାଲୁରୁ: ଏକ ଘରୋଇ ସଂସ୍ଥାକୁ ବଦନାମ କଲା ଭଳି ମନ୍ତବ୍ୟ ଦେବା ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କୁ ମହଙ୍ଗା ପଡ଼ିଛି । ଏଥିପାଇଁ ନିମ୍ନ ଅଦାଲତ ତାଙ୍କୁ ଦୁଇ କୋଟି ଟଙ୍କା କ୍ଷତିପୂରଣ ଭାବେ ଉକ୍ତ ସଂସ୍ଥାକୁ ଦେବାଲାଗି ନିର୍ଦେଶ ଦେଇଛନ୍ତି । ନନ୍ଦୀ ଇନଫ୍ରାଷ୍ଟ୍ରକଚର କରିଡର ଏଣ୍ଟରପ୍ରାଇଜ (ଏନଆଇସିଇ) ନାମକ ସଂସ୍ଥାକୁ ଦେବେଗୌଡ଼ା ଏହି କ୍ଷତିପୂରଣ ରାଶି ଦେବେ ବୋଲି ଅତିରିକ୍ତ ସିଟି ସିଭିଲ୍ ଆଣ୍ଡ ସେସନ୍ସ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । କମ୍ପାନିର ଖ୍ୟାତି ପ୍ରତି ଆଞ୍ଚ ପହଞ୍ଚାଇଥିବାରୁ ସେ ଏହି ରାଶି ଦେବେ । ସୂଚନାଯୋଗ୍ୟ ଯେ ୨୦୧୧ ମସିହାରେ ଏକ ଆଞ୍ଚଳିକ ନୁ୍ୟଜ ଚ୍ୟାନେଲକୁ ସାକ୍ଷାତକାର ଦେବାବେଳେ ଦେବେଗୌଡ଼ା ଏନଆଇସିଇ ବିରୋଧରେ ଟିପ୍ପଣୀ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ଯେତେ ଜିମ ଦରକାର ତାଠାରୁ ଅଧିକ ଜମି ଲୁଟୁଛି ଏହି ସଂସ୍ଥା । ତାଙ୍କର ଏହି ମନ୍ତବ୍ୟ ଉକ୍ତ ସଂସ୍ଥାର ଖ୍ୟାତିକୁ ନଷ୍ଟ କରିଛି ବୋଲି ଦର୍ଶାଇ ଏନଆଇସିଇ ଏକ ମାମଲା ରୁଜୁ କରିଥିଲା । ଏଥିପାଇଁ ୧୦ କୋଟି ଟଙ୍କାର କ୍ଷତିପୂରଣ ମାଗିଥିଲା ।
Powered by Froala Editor