ଜେଲ୍ ଭିତରେ ପବିତ୍ରା ଗୌଡା ଲଗାଇଲେ ଲିପଷ୍ଟିକ୍, ମହିଳା ସବ୍-ଇନ୍ସପେକ୍ଟରଙ୍କୁ ନୋଟିସ୍

ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତ ପୁଲିସ୍ ଉପସ୍ଥିତିରେ ମେକଅପ କରିଥିବା ଦେଖିବାକୁ ମିଳିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଅଭିନେତ୍ରୀ ପବିତ୍ରା ଗୌଡା। ଏହାକୁ ନେଇ ଏବେ ବିବାଦ ଉପୁଜିଛି। ପୁଲିସକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି।
କର୍ଣ୍ଣାଟକର ବେଙ୍ଗାଲୁରୁରେ ରେଣୁକାସ୍ୱାମୀ ମୃତ୍ୟୁ ମାମଲାରେ କନ୍ନଡ ଅଭିନେତା ଦର୍ଶନ ଓ ତାଙ୍କ ଗାର୍ଲଫ୍ରେଣ୍ଡ ପବିତ୍ରା ଗୌଡା ପୁଲିସ ହେପାଜତରେ ଅଛନ୍ତି। ଗିରଫ ହୋଇ ମଧ୍ୟ ପବିତ୍ରାଙ୍କୁ କିଛି ଫରକ ପଡୁନି। ନିଜ ପାଖରେ ମେକଅପ୍ ବକ୍ସ ରଖିଛନ୍ତି ଏବଂ ମେକଅପ ନେଉଛନ୍ତି। ସେ ନିଜ ଲଗ୍ଜୁରୀ ଲାଇଫ୍କୁ କମ୍ପ୍ରମାଇଜ କରିବାକୁ ପ୍ରସ୍ତୁତ ନାହାନ୍ତି।
ଜୁନ ୧୫ ତାରିଖରେ ଯେତେବେଳେ ପବିତ୍ରାଙ୍କୁ କ୍ରାଇମ ସ୍ପଟ୍ର ସବିଶେଷ ତଥ୍ୟ ରେକର୍ଡ କରିବା ପାଇଁ ବେଙ୍ଗାଲୁରୁସ୍ଥିତ ତାଙ୍କ ଘରକୁ ନିଆଯାଇଥିଲା। ପୁଲିସ୍ ହେପାଜତରେ ଘରୁ ଫେରୁଥିବାବେଳେ ପବିତ୍ରା ଗୌଡା ଲିପଷ୍ଟିକ୍ ଏବଂ ମେକଅପ୍ ଲଗାଇ ହସୁଥିବାର ନଜର ଆସିଥିଲେ। ଲିପଷ୍ଟିକ୍ ଏବଂ ମେକଅପ୍ ଲଗାଇ ହସୁଥିବାର ନଜର ଆସିଥିଲେ ପବିତ୍ରା। ଯାହା ଏବେ ପୁଲିସ୍ କର୍ମଚାରୀଙ୍କୁ ଅଡୁଆରେ ପକାଇଛି। ପୁଲିସ୍ ହେପାଜତରେ ଥିବାବେଳେ ତାଙ୍କୁ ମେକ୍ଅପ୍ ଲଗାଇବାକୁ ଅନୁମତି ଦେବା ଅଭିଯୋଗରେ ଜଣେ ମହିଳା ସବ୍-ଇନ୍ସପେକ୍ଟରଙ୍କୁ ଡିଏସ୍ପି ନୋଟିସ୍ ଜାରି କରି ଜବାବ ମାଗିଛନ୍ତି।
Powered by Froala Editor