କରୋନା ନେଲା ୪୬ ଜୀବନ
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୪୬ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୭୧୭ରେ ପହଁଚିଛି । ଏଯାବତ ରାଜ୍ୟରେ ୮ ଲକ୍ଷ ୮୬ ହଜାର ୯୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮ ଲକ୍ଷ ୪୮ ହଜାର ୯୬୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମ୍ପ୍ରତି ୩୪୨୧୬ ଜଣ ଚିକିତ୍ସିତ ହେଉଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ବରଗଡ଼ରେ ୫, କଟକରେ ୫, ଗଞ୍ଜାମରେ ୨, ଜଗତସିଂହପୁରରେ ୩, ଝାରସୁଗୁଡ଼ାରେ ୪, କନ୍ଧମାଳରେ ୧, କେନ୍ଦ୍ରାପଡ଼ାରେ ୧, ଖୋର୍ଦ୍ଧାରେ ୭, କୋରାପୁଟରେ ୧, ମୟୂରଭଞ୍ଜରେ ୨, ପୁରୀରେ ୫, ସମ୍ବଲପୁରରେ ୪, ସୁବର୍ଣ୍ଣପୁରରେ ୧ ଓ ସୁନ୍ଦରଗଡ଼ରେ ୩ ଜଣଙ୍କର ମୃତୁ୍ୟ ହୋଇଛି ।
ଅପରପକ୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୧୮, ବାଲେଶ୍ୱରରେ ୧୭୪, ବରଗଡ଼ରେ ୬୯, ଭଦ୍ରକରେ ୧୯୪, ବଲାଙ୍ଗୀରରେ ୨୮, ବୌଦ୍ଧରେ ୨୫, କଟକରେ ୪୮୦, ଦେବଗଡ଼ରେ ୧୧, ଢେଙ୍କାନାଳରେ ୫୭, ଗଜପତିରେ ୧୭, ଗଞ୍ଜାମରେ ୧୯, ଜଗତସିଂହପୁରରେ ୮୧, ଯାଜପୁରରେ ୨୬୭, ଝାରସୁଗୁଡ଼ାରେ ୨୦, କଳାହାଣ୍ଡିରେ ୨୧, କନ୍ଧମାଳରେ ୩୧, କେନ୍ଦ୍ରାପଡ଼ାରେ ୧୪୭, କେନ୍ଦୁଝରରେ ୭୩, ଖୋର୍ଦ୍ଧାରେ ୪୯୯, କୋରାପୁଟରେ ୮୧, ମାଲକାନାଗିରିରେ ୮୨, ମୟୂରଭଞ୍ଜରେ ୧୮୦, ନବରଙ୍ଗପୁରରେ ୪୨, ନୟାଗଡ଼ରେ ୧୨୬, ନୂଆପଡ଼ାରେ ୧୬, ପୁରୀରେ ୨୮୯, ରାୟଗଡ଼ାରେ ୫୬, ସମ୍ବଲପୁରରେ ୩୯, ସୋନପୁରରେ ୪୩, ସୁନ୍ଦରଗଡ଼ରେ ୯୦ଓ ରାଜ୍ୟ ପୁଲରେ ୮୧ ଜଣ ସଂକ୍ରମିତ ହୋଇଛନ୍ତି ।
Powered by Froala Editor