ରାହୁଲ ବିରୋଧୀ ଦଳର ନେତା

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇବା ପରେ ରାହୁଲ ବିରୋଧୀ ଦଳର ନେତା ହେବା ପାଇଁ ସହମତି ହୋଇଛନ୍ତି। ରାହୁଲ ବିରୋଧୀ ଦଳର ନେତା ନିର୍ବାଚିତ ହୋଇଥିବା କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି। ଏନେଇ କଂଗ୍ରେସ ସଂସଦୀୟ କମିଟି ଅଧ୍ୟକ୍ଷ ସୋନିଆ ଗାନ୍ଧି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା ଚୟନ କରାଯାଇଥିବା ସେ ଚିଠିରେ ଅବଗତ କରାଇଛନ୍ତି। ପ୍ରାୟ ୧୦ ବର୍ଷ ପରେ ଲୋକ ସଭାକୁ ବିରୋଧୀ ଦଳ ନେତା ମିଳିଛି। ରାହୁଲ ଏବେ ଉତ୍ତର ପ୍ରଦେଶ ରାଏବରେଲିରୁ ଏମପି ଭାବେ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି।
ଲୋକ ସଭା ନିର୍ବାଚନ ପରେ ମଙ୍ଗଳବାର ଇଣ୍ଡିଆ ମେଣ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଲୋକ ସଭାର ବିରୋଧୀ ଦଳ ନେତା କିଏ ହେବ ବୋଲି ନିଷ୍ପତ୍ତି ହୋଇଛି। ସର୍ବସମ୍ମତି କ୍ରମେ ରାହୁଲଙ୍କୁ ବିରୋଧୀ ଦଳ ନେତା ଭାବେ ମନୋନୀତ କରାଯାଇଛି। କଂଗ୍ରେସ ସଂସଦୀୟ ଦଳର ନେତା ପ୍ରୋଟେମ ସ୍ପିକର ଭର୍ତ୍ତୁହରି ମହତାବଙ୍କୁ ଚିଠି ଲେଖି ଜଣାଇଛନ୍ତି।
ଏହି ଇଣ୍ଡିଆ ମେଣ୍ଟ ବୈଠକରେ କଂଗ୍ରେସ ଏମପି ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଟିଏମସି ଏମପି ଡେରେକ ଓ’ବ୍ରାଇନ ଏବଂ କଲ୍ୟାଣ ବାନାର୍ଜୀ, ସମାଜବାଦି ପାର୍ଟି ନେତା ରାମ ଗୋପାଳ ଯାଦବ, ଡିଏମକେର ଟିଆର ବାଲୁ, ଆରଜେଡିର ସୁରେନ୍ଦ୍ର ଯାଦବ, ଏନସିପି (ଏସପି)ର ସୁପ୍ରିୟା ସୁଲେ, ଆରଏସପିର ଏନ.କେ ପ୍ରେମଚନ୍ଦ୍ରନ ସେନା (ୟୁବିଟି) ଆରବିନ୍ଦ ସାୱନ୍ତ, ଆରଏଲପି ଏମପି ହନୁମାନ ବେନିୱାଲ ଉପସ୍ଥିତ ଥିଲେ।

Powered by Froala Editor