ଜାଆଁଳା ନବଜାତ ଶିଶୁକନ୍ୟାଙ୍କୁ ମାରିଦେଲା ନୃଶଂସ ବାପା
ରାଜଧାନୀ ଦିଲ୍ଲୀରେ ଦୁଇ ନବଜାତ ଶିଶୁକନ୍ୟାଙ୍କୁ ବାପା ମାରି ପୋତି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଖବର ପାଇ ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ପୁଲିସ ଶିଶୁକନ୍ୟାଙ୍କ ବାପାକୁ ଗିରଫ କରିଛି। ପିତାର ନାମ ନୀରଜ ସୋଲାଙ୍କି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ପ ହେବ ବୋଲି ପୁଲିସ କହିଛି।
ସୂଚନା ଅନୁସାରେ, ଗତ ମେ ୩୦ ତାରିଖରେ ପତ୍ନୀ ପୂଜା ଯାଆଁଳା କନ୍ୟା ଦ୍ୱୟଙ୍କୁ ଜନ୍ମ ଦେଇଥିଲେ । ହରିୟାଣାର ରୋହତକଠାରେ ଉଭୟ ଶିଶୁଙ୍କର ଜନ୍ମ ହୋଇଥିଲା । ତେବେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ତାଙ୍କ ସ୍ୱାମୀ ନୀରଜ ଶିଶୁମାନଙ୍କୁ ତାଙ୍କଠାରୁ ନେଇଯାଇଥିବା ନେଇ ସେ ଅଭିଯୋଗ କରିଥିଲେ ।
ଜୁନ୍ ୧ ରେ ଯେତେବେଳେ ସେ କାର୍ରେ ନିଜ ବାପାଙ୍କ ଘରୁ ବହାରିଥିଲେ , ସେତେବେଳେ ଅନ୍ୟ ଏକ କାର୍ରେ ଉଭୟ ଶିଶୁଙ୍କୁ ତାଙ୍କ ସହ ପଠାଯିବ ବୋଲି କୁହାଯାଇଥିଲା । ତେବେ ରାସ୍ତାରେ କାର୍ଟି ନିଜର ମାର୍ଗ ବଦଳାଇ ଦେଇଥିଲା । ଏନେଇ ପୂଜାଙ୍କ ଭାଇ ଜୁଗ୍ନୁ ନୀରଜଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନୀରଜ ଫୋନ୍ ଉଠାଇନଥିଲେ । ଅନେକ ସମୟ ଖୋଜାଖୋଜି କରିବା ପରେ ଶିଶୁଙ୍କୁ ମାରି ଦେଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେମାନେ ପୁଲିସରେ ଅଭିଯୋଗ କରିଛନ୍ତି।
Powered by Froala Editor