ଭାଇରାଲ ଭିଡିଓ ଲଜ୍ଜା ଅନୁଭବ କରାଉଥିଲା, ଆତ୍ମହତ୍ୟା କରିଦେଲେ ବୃଦ୍ଧ
ରାଜସ୍ଥାନର ଜଣେ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ବୃଦ୍ଧ ଜୀବନ ହାରି ଦେଇଛନ୍ତି। ସୋଶାଲ ମିଡିଆରେ ତାଙ୍କର କିଛି ଭିଡିଓ ଭାଇରାଲ ହେବା ପରେ ବୃଦ୍ଧ ଜୀବନ ହାରି ଦେଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
ସୂଚନା ଅନୁସାରେ, ମୃତ ବୃଦ୍ଧ ବ୍ୟକ୍ତି ଜଣକ ନିୟମିତ ଭାବେ ଅଳିଆ ଗଦାରୁ ପ୍ଲାଷ୍ଟିକ୍ ବୋତଲ ଏବଂ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସଂଗ୍ରହ କରି ଜୀବିକା ପାଇଁ ବିକ୍ରି କରୁଥିଲେ। ସେ ଏକ ଅଳିଆ ବୁହା ଗାଡ଼ି ମଧ୍ୟ ରଖିଥିଲେ, ଯେଉଁଥିରେ ନିୟମିତ ଭାବେ ବୋତଲ ସହ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ଆଣି ବିକ୍ରି କରନ୍ତି। ଏକଦା ଲୋହୱତ ଗାଁର କିଛି ଯୁବକ ଉକ୍ତ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ବୃଦ୍ଧଙ୍କୁ ପରିହାସ କରି ତାଙ୍କର ଭିଡିଓ କରିଥିଲେ। ପ୍ରତିଦିନ ଏପରି କରିବାରୁ ବୃଦ୍ଧ ଜଣକ ସେମାନଙ୍କୁ, "ଆପଣମାନେ କିଛି ବର୍ଜ୍ୟବସ୍ତୁ କିଣିବାକୁ ଚାହୁଁଛନ୍ତି କି?" ବୋଲି ପ୍ରଶ୍ନ କରିଥିବା ଭାଇରାଲ୍ ଭିଡିଓରୁ ଶୁଣିବାକୁ ମିଳୁଛି। ଏହି ଭିଡିଓକୁ ସେମାନେ ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ତାହା ଭାଇରାଲ ହୋଇଯାଇଥିଲା।
ସେପଟେ ଭିଡିଓ ଭାଇରାଲ୍ ହେବା ପରେ ଅନେକ ଲୋକ ଅଟକି ଯାଇ ବୃଦ୍ଧଙ୍କୁ ଦେଖନ୍ତି ଏବଂ କିଛି କୁହନ୍ତି। ଏହାକୁ ସହି ପାରିନଥିଲେ ବୃଦ୍ଧ ଜଣକ। ତାଙ୍କୁ ଲଜ୍ଜା ଅନୁଭବ ହେବାରୁ ସେ ଆତ୍ମହତ୍ୟା କରିଥିବା ପୁଲିସ କହିଛି।
Powered by Froala Editor