୧୦ ବର୍ଷ ପରେ Alexa ରେ ବଡ ପରିବର୍ତ୍ତନ ଆଣିବ Amazon
୧୦ ବର୍ଷ ପରେ Alexa ରେ ବଡ ପରିବର୍ତ୍ତନ ଆଣିବ ଆମାଜନ । ଏହି ନୂଆ ଭର୍ଜନକୁ Banyan କୁହାଯାଉଛି । ସୂଚନା ଅନୁଯାୟୀ, ଆଲେକ୍ସାକୁ ଏକ ନୂଆ ଟେକନିକ କରାଯିବ ଏବଂ ଏହାର ଦୁଇଟି ସେବା ସ୍ତର ରହିବ । ଏହା ଆଲେକ୍ସାର ପ୍ରଥମ ଅପଡେଟ ରହିବ, କାରଣ ଏହାକୁ ୨୦୧୪ ମସିହାରେ ଲଞ୍ଚ କରାଯିବା ପରେ ଏଥିରେ କୌଣସି ପରିବର୍ତ୍ତନ ହୋଇନଥିଲା । Remarkable Alexa ରେ ଜେନେରେଟିଭ ଏଆଇ ଜରିଆରେ କଥାବର୍ତ୍ତା କରିବାର କ୍ଷମତାକୁ ବଢାଯିବ । ଏହା କେବଳ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବ ନାହିଁ, ବରଂ ଆହୁରି ସଠିକ ସୂଚନା ପ୍ରଦାନ କରିବ । Amazon ଏହି ଯୋଜନାକୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ପୂରା କରିବା ପାଇଁ ପ୍ରସ୍ତୁତି ଚଳାଇଛି ।
କିନ୍ତୁ ଏହି ସୁବିଧା ପାଇଁ ଏଣିକି ଦେୟ ଦେବାକୁ ପଡିବ । ପ୍ରିମିୟମ ସେବା ଅନୁଯାୟୀ, ଆପଣଙ୍କୁ ପ୍ରତି ମାସରେ ହାରାହାରି ୫ ଡଲାର(୪୧୭ ଟଙ୍କା) ରୁ ୧୦ (୮୩୬ ଟଙ୍କା) ଡଲାର ଦେବାକୁ ପଡିବ । ଆପଣଙ୍କୁ ଆଲକ୍ସେର ପରଂପରାଗତ ସେବା ଗୁଡିକରେ ଅଧିକ ଉନ୍ନତ ସୁବିଧାମାନ ମିଳିବ ।
Powered by Froala Editor