CSIR-UGC-NET ପରୀକ୍ଷା ସ୍ଥଗିତ

ନିଟ୍ ପେପର ଲିକ ବିବାଦ ମଧ୍ୟରେ CSIR-UGC-NET ପରୀକ୍ଷାକୁ ସ୍ଥଗିତ କରିଦିଆଯାଇଛି। ପୂର୍ବରୁ ଏହି ପରୀକ୍ଷା ଜୁନ୍ ୨୫ରୁ ୨୭ ମଧ୍ୟରେ ହେବାକୁ ଥିବା ବେଳେ ଏବେ ଏହାକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନିଆଯାଇଛି। କାଉନସିଲ୍ ଅଫ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ବା CSIR ୟୁଜିସି ନେଟ୍ ପରୀକ୍ଷାକୁ ସ୍ଥଗିତ ହୋଇଯାଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ୱାରା ହେବାକୁ ଥିବା ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ଏଜେନ୍ସି ପକ୍ଷରୁ ବିବୃତି ଜାରି କରି ସୂଚନା ଦିଆଯାଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଏହି ପରୀକ୍ଷାକୁ ମଧ୍ୟ ଏନ୍ଟିଏ ଆୟୋଜନ କରିଥାଏ। ଏନ୍ଟିଏ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, କିଛି ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରୀକ୍ଷାକୁ କିଛି ସମୟ ଲାଗି ସ୍ଥଗିତ କରାଯାଉଛି। କାରଣ ଏଭଳି ସ୍ଥିତି ଉପୁଜିଥିଲା, ଯାହାକୁ ଅଣଦେଖା କରାଯାଇପାରି ନ ଥାନ୍ତା। ଏଣୁ ପରୀକ୍ଷାକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେବାକୁ ପଡ଼ିଲା।
କହିରଖୁଛୁ, ଏହାପୂର୍ବରୁ ଏନ୍ଟିଏ ୟୁଜିସି-ଏନ୍ଇଟି ପରୀକ୍ଷାକୁ ରଦ୍ଦ କରିଦେଇଥିଲା। ପରୀକ୍ଷାରେ ତ୍ରୁଟି ସଙ୍କେତ ମିଳିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଥିଲା। ଏହି ବିବାଦ ପରେ ଏବେ CSIR-UGC-NET ପରୀକ୍ଷାକୁ ସ୍ଥଗିତ କରିଦିଆଯାଇଛି।
ପରବର୍ତ୍ତୀ ସମୟରେ ଏନଟିଏର ଅଫିସିଆଲ ୱେବସାଇଟରେ ମାଧ୍ୟମରେ ପରୀକ୍ଷା ସମ୍ପର୍କିତ ସୂଚନା ଜଣାଇଦିଆଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ପିଲାମାନେ csirnet.nta.ac.in. ମାଧ୍ୟମରେ ଏ ସମ୍ପର୍କରେ ସୂଚନା ପାଇପାରିବେ। ସେହିପରି ଏହା ସହ ଜଡ଼ିତ ଯେକୌଣସି ତଥ୍ୟ ପାଇଁ ଶିକ୍ଷାର୍ଥୀମାନେ ହେଲପ ଲାଇନ ନମ୍ବର 011-40759000କୁ ଫୋନ କରିପାରିବେ।
Powered by Froala Editor