ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଫଟୋ ଗ୍ୟାଲେରିରେ ଦେବଦେବୀଙ୍କୁ ଅପମାନ
ବାଲେଶ୍ୱର : ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ୱେବ ପୋର୍ଟାଲ ଫଟୋ ଗ୍ୟାଲେରିରେ ଦେବଦେବୀଙ୍କୁ ଅପମାନ କରାଯାଇଥିବା ଅଭିଯୋଗ ଆସିଛି । ଏହି ପୋର୍ଟାଲରେ ଏମିତି କିଛି ଚିତ୍ର ଅପଲୋଡ କରାଯାଇଛି, ଯେଉଁଥିରେ ୩ ଜଣ ଯୁବତୀ ପରିଧାନ କରିଥିବା ବସ୍ତ୍ରରେ ଶ୍ରୀଜଗନ୍ନାଥ ଓ ରାଧାକୃଷ୍ଣଙ୍କ ଚିତ୍ର ଅଙ୍କା ହୋଇଥିବା ବେଳେ ସେଗୁଡ଼ିକ ଯୁବତୀଙ୍କ ଗୋଡ଼ରେ ସ୍ପର୍ଶ ହେଉଛି । ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି, ଚିତ୍ରକଳା, ଚିତ୍ରକଳା ସ୍ଥାନରେ ରହୁ । କିନ୍ତୁ ଚିତ୍ରକଳା ନାଁରେ ଦେବଦେବୀଙ୍କୁ ଏଭଳି ସ୍ଥାନରେ ସ୍ଥାନୀତ କରାନଯାଉ । ଏହା ଆମ ଜଗନ୍ନାଥ ସଂସ୍କୃତି ତଥା ଓଡ଼ିଶାର ପରମ୍ପରା ପ୍ରତି ଘୋର ଅପମାନ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଏସବୁ ଚିତ୍ରକୁ ପୋର୍ଟାଲରୁ ହଟାଇ ନିଅନ୍ତୁ । ଏହା ବ୍ୟତୀତ ଯେଉଁ ଚିତ୍ରଶିଳ୍ପୀ ଏହି ଚିତ୍ରଗୁଡ଼ିକ ଆଙ୍କିଛନ୍ତି ଏବଂ ଯିଏ ଉକôଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୱେବ ପୋର୍ଟାଲରେ ଏହାକୁ ସ୍ଥାନୀତ କରିବା ପାଇଁ ଚୟନ କରିଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।
Powered by Froala Editor