ଗାଁକୁ ଗାଁ ବୁଲୁଛି କୋଭିଡ ସଚେତନତା ରଥ
ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗାଁକୁ ଗାଁ ବୁଲୁଛି କୋଭିଡ ସଚେତନତା ରଥ । ଏହି ରଥ ମାଧ୍ୟମରେ ଜନ ସାଧାରଣଙ୍କୁ କରୋନା ନେଇ ସଚେତନ କରାଯାଉଛି । ଏବେ ୪ର୍ଥ ପର୍ଯ୍ୟାୟରେ ଅନୁଗୁଳ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଭଦ୍ରକ, ଦେବଗଡ଼, ଝାରସୁଗୁଡ଼ା, କନ୍ଧମାଳ, ନୟାଗଡ଼, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ ନବରଙ୍ଗପୁର ଆଦି ୧୩ ଜିଲ୍ଲାରେ କରୋନା ସଚେତନତା ରଥ ଗଢ଼ିବ । ୪ର୍ଥ ପର୍ଯ୍ୟାୟରେ ଷ୍ଟେଜ୍ ଅନ୍ ହ୍ୱିଲକୁ ପୁନରାବୃତ୍ତି କରାଯିବ । ଫଳରେ ଲୋକ କଳାକାରଙ୍କୁ ମଧ୍ୟ ଆର୍ଥôକ ସହାୟତା ମିଳିପାରିବ । ଏହାସହିତ ଜନସାଧାରଣଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ଭାଷା ଯଥା ସମ୍ବଲପୁରୀ ଓ ଦେଶିଆ ଭାଷା ଇତ୍ୟାଦିରେ ସଚେତନତା ଗୀତ ପ୍ରସ୍ତୁତି ଚାଲିଛି । ସୂଚନାଯୋଗ୍ୟ, ଏବେ ସୁଦ୍ଧା ୧୨ ଜିଲ୍ଲାର ମହାନଗର, ବ୍ଲକରେ ବୁଲି ଲୋକଙ୍କୁ ସଚେତନ କରାଇଲାଣି ଏହି ରଥ । ସଂସ୍କୃତି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ୟୁନିସେଫର ଆର୍ଥôକ ସହାୟତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଂସ୍କୃତି ନିଦେ୍ର୍ଧଶକ ରଞ୍ଜନ କୁମାର ଦାସ ଓ ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇଙ୍କର ଲିଖିତ ୫ଟି ସଚେତନ ଗୀତ ଓ ୩ଟି କ୍ଷୁଦ୍ର ସିନେମାର ବ୍ୟବହାର କରାଯାଇଥିଲା । ଗତ ଡିସେମ୍ବରରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ନିଦେ୍ର୍ଧଶକ ଶ୍ରୀ ଦାସ କହିଛନ୍ତି ।
Powered by Froala Editor