ବିଜେପି ସରକାରର ପ୍ରଥମ କ୍ୟାବିନେଟ୍ ବୈଠକ : ଶପଥ ପରେ ୪ ବଡ଼ ନିଷ୍ପତ୍ତି, ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର

ବିଜେପି ସରକାର ଶପଥ ନେବା ସହ ନିଜର ପ୍ରଥମ କ୍ୟାବିନେଟ୍ ଓ ମନ୍ତ୍ରିପରିଷଦ ବୈଠକରେ ୪ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚାରିଦ୍ୱାର ଖୋଲିବା ଓ ଶ୍ରୀମନ୍ଦିର ପରିଚାଳନା ପାଇଁ ୫୦୦କୋଟି ଟଙ୍କାର କର୍ପସ ପାଣ୍ଠି, ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଓ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ନୀତି ଆସନ୍ତା ୧୦୦ଦିନ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ରାଜ୍ୟର ବିଜେପି ସରକାର ନିଷ୍ପତ୍ତି ନେଇଛି ।
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଏନେଇ ଘୋଷଣା କରିଛି। ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ କୁହାଯାଇଛି ଯେ, ଚାରି ଦ୍ବାରରେ ଭକ୍ତମାନଙ୍କର ସୁବିଧା ପାଇଁ ଜୋତା ଓ ମୋବାଇଲ ଷ୍ଟାଣ୍ଡ ରହିବ। ଏଥି ପାଇଁ ଭକ୍ତମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ସେହିଭଳି ଶ୍ରଦ୍ଧାଳୁଙ୍କ ନିମନ୍ତେ ପାନୀୟ ଜଳ ବ୍ୟବସ୍ଥା କରିବ। ୪ଦ୍ବାରରେ ମୁତୟନ ଥିବା ପୁଲିସ କର୍ମଚାରୀମାନେ ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ସହଯୋଗ କରିବେ। ଏଥି ପାଇଁ ପୁଲିକୁ ନିର୍ଦ୍ଦେଶ ଦିଆଯାଇଛି।
ଦ୍ୱିତୀୟ ପ୍ରସ୍ତାବରେ ଶ୍ରୀମନ୍ଦିରର ସୁପରିଚାଳନା,ସୌନ୍ଦର୍ଯ୍ୟକରଣ, ମରାମତି ଓ ଭକ୍ତଙ୍କ ପାଇଁ ରହିଥିବା ସମସ୍ୟାର ସମାଧାନ ପାଇଁ ଏକ କର୍ପସ ପାଣ୍ଠି ଗଠନ କରାଯିବ । ସେଥିରେ ୫୦୦କୋଟି ଟଙ୍କା ରହିବ ଓ ବଜେଟରେ ଏଥିପାଇଁ ବ୍ୟବସ୍ଥା ରହିବ । ଅଚାନକ କୌଣସି ସମସ୍ୟା ଆସିଲେ ଏହି ଅର୍ଥରୁ ତାହା ଖର୍ଚ୍ଚ କରାଯାଇପାରିବ ।
ତୃତୀୟ ପ୍ରସ୍ତାବ ଆଧାରରେ ଚାଷୀମାନଙ୍କର ବିଭିନ୍ନ ସମସ୍ୟାକୁ ସମାଧାନ କରାଯିବ। ଚାଷୀମାନଙ୍କୁ କିଭଳି ସହାୟତା ଦିଆଯିବ, ସେନେଇ ସରକାର ପ୍ରସ୍ତାବ ଅଛନ୍ତି। ସରକାର ସମୃଦ୍ଧ କୃଷକ ନୀତି ଆଣିବାକୁ ଯାଉଛନ୍ତି। ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆଯିବ। ନେଇ ପ୍ରଶାସନକୁ ରୂପରେଖ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମହିଳାମାନଙ୍କୁ ସଶକ୍ତୀକରଣ କରିବା ପାଇଁ କ୍ୟାବିନେଟରେ ଆଲୋଚନା ହୋଇଛି। ସୁଭଦ୍ରା ଯୋଜନାକୁ ଆଗାମୀ ୧୦୦ ଦିନ ଭିତରେ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯିବ। ୫୦ ହଜାର ଟଙ୍କାର ଭାଉଚର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ସଂପୃକ୍ତ ବିଭାଗକୁ କାର୍ଯ୍ୟକାରୀ କରିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି।
Powered by Froala Editor